jayashree

ଆଇଆର୍‌ଇଏଲ୍ ଏବଂ ଓଡ୍ରାଫ୍ ମିଳିତ କ୍ରମେ ରାଜ୍ୟସ୍ତରୀୟ ମୋକ୍-ଡ୍ରିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିପର୍ଯ୍ୟୟ ପ୍ରସ୍ତୁତିକୁ ନଜରରେ ରଖି ଏକ ସକ୍ରିୟ ପଦକ୍ଷେପ ଆଇଆର୍‌ଇଏଲ୍ (ଇଣ୍ଡିଆ) କାର୍ଯ୍ୟାଳୟ ପରିସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ରାସାୟନିକ ବିପର୍ଯ୍ୟୟ ଉପରେ ଗତ ଜାନୁଆରୀ ୧୧ ତାରିଖରେ ଏକ ରାଜ୍ୟସ୍ତରୀୟ ମୋକ୍-ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀକୁ ଶୃଙ୍ଖଳିତ କରିବା, ପ୍ରାରମ୍ଭିକ ଚେତାବନୀ ଆଲର୍ଟ ସିଷ୍ଟମ୍, ଏଭାକୁସେନ୍ ପ୍ରୋଟୋକଲ୍ ଏବଂ ଉଭୟ ଶିଳ୍ପ ଏବଂ ସ୍ଥାନୀୟ ସରକାରୀସ୍ତରରେ ଜରୁରୀକାଳୀନ ପ୍ରତିକ୍ରିୟା ସାମ୍ଭାବ୍ୟ ପଟ୍ଟକୁ ଚିହ୍ନଟ କରିବା ଆଦି ନେଇ ଏହି ମୋକ୍-ଡ୍ରିଲର ଆୟୋଜନ କରିବାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା ବୋଲି ଉଭୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆର୍‌ଏଫ୍ ଟିମ୍ ପ୍ରଦୂଷଣ ଅଧିକାରୀ, ଅଗ୍ନିଶମ ଅଧିକାରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବିଜ୍ଞ, ଅଭିଜ୍ଞ ସମ୍ପନ୍ନ ଗଣ୍ୟମାନ୍ୟ ବ୍ୟକ୍ତି ଓଡ଼ିଶା ସରକାରଙ୍କ ତରଫରୁ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ ଏବଂ ସବିଶେଷ ତଥ୍ୟ ଉପରେ ସଭିଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆର୍‌ଇଏଲ୍ (ଇଣ୍ଡିଆ)ର ମହାପ୍ରବନ୍ଧକ ସିଭିଆର୍‌ ମୂର୍ତ୍ତୀ, ଖନନ ଓ ଖନନ ବିଭାଗୀୟ ମହାପ୍ରବନ୍ଧକ ବିଘ୍ନରାଜ ମିଶ୍ର, ମୁଖ୍ୟ ରିପ୍ ଏବଂ ଟେକ୍ନିକାଲ ଡ଼ିଭିଜନ ପ୍ରମୁଖ ବର୍ଗର ବ୍ୟକ୍ତି ବିଶେଷ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । କାର୍ଯ୍ୟକ୍ରମରେ ଭରଗିଜ୍ ଆନଟୋନୀ, ରାଜେଶ୍ କୁମାର୍ ଦାଶ, ଆଶୁତୋଷ ପାଣ୍ଡେ, ପ୍ରମୁଖ ସୂଚାରୁ ରୂପେ ଏହି କାର୍ଯ୍ୟକୁ ତୁଳାଇଥିଲେ ।

Leave A Reply

Your email address will not be published.