ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୨୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୨୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୯, ବାଲେଶ୍ୱରରୁ ୨୮, ବରଗଡ଼ରୁ ୧୫୬, ଭଦ୍ରକରୁ ୫୧, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୭, କଟକରୁ ୧୪୦, ଦେବଗଡ଼ରୁ ୨୧, ଢେ଼ଙ୍କାନାଳରୁ ୧, ଗଜପତିରୁ ୬୭, ଗଂଜାମରୁ ୪୪, ଜଗତସିଂହପୁରରୁ ୧୮, ଯାଜପୁରରୁ ୭୬, ଝାରସୁଗୁଡ଼ାରୁ ୧୧୯, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୫, କେଉଁଝରରୁ ୧୨୮, ଖୋର୍ଦ୍ଧାରୁ ୪୯୭, କୋରାପୁଟରୁ ୧୮, ମାଲକାନଗିରରୁ ୪, ମୟୁରଭଂଜରୁ ୬୮, ନବରଂଗପୁରରୁ ୯୬, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୩୯୫, ପୁରୀରୁ ୧୨୯, ରାୟଗଡ଼ାରୁ ୪୪, ସମ୍ବଲପୁରରୁ ୧୪୯, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୫୨୩ ଓ ଷ୍ଟେଟ ପୁଲ୍‌ରୁ ୧୧୦ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୬୪୫୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୩୫୨୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୭୭ ରହିଛି ।

jittmm
Leave A Reply

Your email address will not be published.