centurian jitm

ବଲାଙ୍ଗିର ଗସ୍ତରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ ପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟପାଳ ଡ଼.ହରିବାବୁ କମ୍ଭମ ପତି ଦିନିକିଆ ଗସ୍ତରେ ଆସୁଛନ୍ତି । ସେ ୮ ତାରିଖ ଅପରାହ୍ନ ୩ଟାରେ ଖପ୍ରାଖୋଲ ଥାନା ମହରାପଦର ହାଇସ୍କୁଲ ପଡ଼ିଆରେ ଓହ୍ଲାଇବେ । ସେଠାରେ ସେ ଖପ୍ରାଖୋଲ ପାନ୍ଥନିବାସକୁ ଯିବେ । ପରେ ସଂଧ୍ୟା ୬ଟାରେ ସେ ପ୍ରଭୁ ହରିଶଙ୍କର ଦର୍ଶନ କରିିବା ସହ ହରିଶଙ୍କର ମହୋତ୍ସବରେ ଅତିଥି ଭାବରେ ଯୋଗ ଦେବେ । ସେଠାରୁ ବଲାଙ୍ଗିର ସର୍କିଟ ହାଉସ ଅଭିମୁଖେ ଆସି ରାତ୍ରିରହଣି କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ତାରିଖ ସକାଳୁ ରଜ୍ୟପାଳ ସ୍ଥାନୀୟ ମନୋହରପୁର ରିଜର୍ଭ ପୁଲିସ ପଡ଼ିଆକୁ ଯିବେ ଏବଂ ସେଠାରୁ ହ୍ୟାଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଫେରିଯିବାର କାର୍ୟ୍ୟକ୍ରମ ରହିଛି । ରଜ୍ୟପାଳଙ୍କ ଗସ୍ତକୁ ନଜରରେ ରଖି ପ୍ରଶାସନ ଏବଂ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.