centurian jitm

ରାମଲୀଳା ନାଟକ କିସ୍କିନ୍ଧ୍ୟା କାଣ୍ଡ ବାଲିବଧ ସହ ସୁଗ୍ରିବଙ୍କ ରାଜ୍ୟଭିଷେକ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ଜଗନ୍ନାଥ ପଡାରେ ରାମଲୀଳା ନାଟକ ୧୪ ଦିନରେ ପହଞ୍ଚିଛି । କବଳି ଅସୁର ବଧ, ଶବରୀ ଅଇଁଠା ଖାଇଲେ, ହଂସ ସାର ଭେଟ, ଗଉଡଙ୍କ ସହ ବନରେ ଭେଟ, ହନୁମାନ ଭେଟ, ସୁଗ୍ରୀବଙ୍କ ସହିତ ଭେଟ, ବାଲି ବଧ ସହ ଗୀତ ଓ ଛଉ ନୃତ୍ୟରେ ତାଳେ ତାଳେ ବାଲି ସୁଗ୍ରୀବଙ୍କ ଯୁଦ୍ଧ ସୁଗ୍ରିବଙ୍କୁ ରାଜ୍ୟଭିଷେକ ହୋଇଥିଲା । ନାଟକ ବେଶ ମନ ଛୁଇଁଥିଲା । ସହରର ବିଭିନ୍ନ ପଡା ଓ ଆଖପାଖ ଗାଁ ର ଲୋକମାନଙ୍କ ଭିଡ ଜମିଥିଲା । ଏଥିରେ ଅଭିନୟ କରିଥିଲେ ରାମ ଭୂମିକାରେ ଶୈଳିନ ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ମିଶ୍ର, ହନୁମାନ ଭୂମିକାରେ ପପୁ ଦେବତା, ସୁଗ୍ରୀବ ଅଜୁ ବଢିଆ, ବାଲି ଟିକୁ ବଢିଆ, ତାର ଚୈତନ୍ୟ ମଟାରୀ, ଅଙ୍ଗଦ ରାଜେଶ ସ୍ୱାଇଁ, ଜମ୍ବୋବାନ କ୍ରିିସ ନାଏକ, ନଳ ସଂଜିବ ସାହାଣି, ନଳ ସୁରୁ ବଢିଆ, ବାଲିଙ୍କ ଦୂତ ଘନଶ୍ୟାମ ସାଏ ଅଭିନୟ କରିଥିଲେ । ଦିନରେ ପୋଲିସ ଚା·କିରି ରାତିରେ ମୁଖା ପିନ୍ଧୁ ସୁଗ୍ରୀବ ଭୂମିକାରେ ଅଭିନୟ କରୁଛନ୍ତି । ବଲାଙ୍ଗିର ସର୍ବପୁରାତନ ନାଟକ ୧୫୦ ବର୍ଷ ପରଂପରା ଆଜି ବଂଚାଇ ରଖିଛି ରାମ କଥା । ବିଭିନ୍ନ ଜାଗାରେ ନାଟକ ଯାତ୍ରା ଓ ରାମଲୀଳା ହେଉଥିବା ବେଳେ ବଲାଙ୍ଗିର ସହରରେ ରାମଜୀ ନାଟକ ସଂସଦ ଆଜିବି ପରଂପରା ବଂଚାଇ ରଖିଛି । ଏହି ନାଟକରେ ମୁଖା, ଗୀତ ଓ ଛଉ ନୃତ୍ୟ ବେଶ୍‌ ମନଛୁଏଁ । ନାଟକ ଆୟୋଜିତ ହେଉଥିବା ବେଳେ ରାମଜୀ ନାଟକ ସଂସଦ ଯୁବ ପିଢିଙ୍କୁ ନେଇ ରାମଲିଳା ନାଟକ ଆୟୋଜିତ ହେଉଛି । ଦିର୍ଘ ୫ ବର୍ଷ ହେବ ସୁଗ୍ରୀବ ଭୂମିକାରେ ଅଜୁ ବଢିଆ ତାଙ୍କ ଅଭିନୟ ଓ ନୃତ୍ୟ ବେଶ ଲୋକଙ୍କୁ ଆକର୍ଷିତ କରୁଛି । ବାଲି ବଧ ଓ ଯୁଦ୍ଧ ବେଶ ନିଆରା ଢଙ୍ଗରେ ଗୁରୁଙ୍କ ନିର୍ଦ୍ଦେଶନାରେ ଅଭିନୟ କରନ୍ତି । ସେ ତୁଷୁରା ଥାନାର କନେଷ୍ଟେବଲ ଭାବରେ କାର୍ଯ୍ୟ କରୁଛନ୍ତି । ନିଜ ଚାକିରି ଜିବନର କର୍ତ୍ତବ୍ୟ କରି ରାତ୍ରରେ ନାଟକରେ ସେ ମୁଖା ପିନ୍ଧି ଅଭିନୟ କରି ବେଶ ଲୋକଙ୍କ ମନରେ ଜିଣିଛନ୍ତି ଏବଂ କଳା ପ୍ରଦର୍ଶନ କରି କଳାକୁ ପୁର୍ନଜିବିତ କରିଛନ୍ତି ।

Leave A Reply

Your email address will not be published.