କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର ପାଇଲେ ରାଜ୍ୟ ସ୍ତରୀୟ ପ୍ରଜ୍ଞାମୟୀ ସମ୍ମାନ -୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ପୂଜ୍ୟପୂଜା ପରିଷଦ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ଟାଉନ୍‌ହଲ୍‌ କଟକଠାରେ ରବିବାର ଅନୁଷ୍ଠିତ ୪୭ତମ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହରେ ବଲାଙ୍ଗିର ତାଲପାଲି ପଡାର ବରିଷ୍ଠ କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର ପାଇଲେ ଚଳିତ ବର୍ଷର ରାଜ୍ୟ ସ୍ତରୀୟ ପ୍ରଜ୍ଞାମୟୀ ସମ୍ମାନ-୨୦୨୪ । ଉକ୍ତ ସମାରୋହରେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଉଦ୍‌ଘାଟକ ଭାବେ ଯୋଗ ଶ୍ରୀମତୀ ମିଶ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଓଡିଶାର ବିଶିଷ୍ଟ କବି, ବିଚକ୍ଷଣ ରାଜନୈତିଜ୍ଞ ତଥା ସନ୍ଥ ଡ. ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମନସ୍ଵିନୀର ମୁଖ୍ୟ ସଂପାଦକ କବି ସାରଥୀ ଡ. ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ମଞ୍ଚାସିନ ଥିଲେ । ଏ ଖବର ପ୍ରସାରିତ ହେବା ପରେ ଶ୍ରୀମତୀ ମିଶ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.