oom

କବି ଗୋପିକୃଷ୍ଣ ପାଣ୍ଡିଆ ପାଇଲେ ରାଜ୍ୟ ସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନ -୨୦୨୪

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ପୂଜ୍ୟପୂଜା ପରିଷଦ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ଟାଉନ୍‌ହଲ୍‌ କଟକଠାରେ ରବିବାର ଅନୁଷ୍ଠିତ ୪୭ତମ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହରେ ବଲାଙ୍ଗିର ବରପାଲି ପଡାର ବରିଷ୍ଠ କବି ଗୋପିକୃଷ୍ଣ ପାଣ୍ଡିଆ ପାଇଲେ ଚଳିତ ବର୍ଷର ରାଜ୍ୟ ସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନ -୨୦୨୪ । ଉକ୍ତ ସମାରୋହରେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଉଦ୍‌ଘାଟକ ଭାବେ ଶ୍ରୀ ପାଣ୍ଡିଆଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କବିଥିଲେ । ଏହି ଅବସରରେ ଓଡିଶାର ବିଶିଷ୍ଟ କବି, ବିଚକ୍ଷଣ ରାଜନୈତିଜ୍ଞ ତଥା ସନ୍ଥ ଡ. ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମନସ୍ଵିନୀର ମୁଖ୍ୟ ସଂପାଦକ କବି ସାରଥୀ ଡ. ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ମଞ୍ଚାସିନ ଥିଲେ । ଏ ଖବର ପ୍ରସାରିତ ହେବାପରେ ଶ୍ରୀ ପାଣ୍ଡିଆଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.