jayashree

ଡ. ସୁଧୀର ପରିଚ୍ଛାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ. ସୁଧୀର ପରିଚ୍ଛା ବଲାଙ୍ଗିର ଜିଲ୍ଲା କୃଷକ ସମାଜର ଅନ୍ୟତମ ଶାଣିତ ସ୍ଵର ଭାବେ ସମଗ୍ର ରାଜ୍ୟରେ ଜଣାଶୁଣା ଥିଲେ । ଜିଲ୍ଲାର ବିଭିନ୍ନ ସମସ୍ୟା ପାଇଁ ସେ ନୀରବଛିନ୍ନ ଭାବରେ ସ୍ଵର ଉତ୍ତୋଳନ କରୁଥିଲେ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ହେଉ କି ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ହେଉ ସେ ସବୁ ସମୟରେ ଜଣେ ଜାଗ୍ରତ ଗ୍ରହରୀ ଭାବେ ସକ୍ରିୟ ଥିଲେ । ସାର ଓ କୀଟନାଶକ ଔଷଧର କଳାବଜାରକୁ ରୋକିବା ପାଇଁ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅନେକ ଆନ୍ଦୋଳନର ସେ ନେତୃତ୍ଵ ନେଇଥିଲେ । ମହୁଲର ସରକାରୀ ଦର ବୃଦ୍ଧି ପାଇଁ ମଧ୍ୟ ସେ ଉଦ୍ୟମ ଜାରି ରଖିଥିଲେ । ତାଙ୍କର ଅକାଳ ବିୟୋଗରେ ବଲାଙ୍ଗିର ଜିଲ୍ଲାର ଏକ ଶାଣିତ ସ୍ଵର ନୀରବି ଯାଇଛି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିବା ବକ୍ତା ମାନେ ମତ ପ୍ରକାଶ କରିବା ସଙ୍ଗେ ଜିଲ୍ଲା ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ଦର୍ଶାଇ ଥିଲେ । ଜିଲ୍ଲା ଘରୋଇ ବସ ମାଲିକ ସଂଘର ଆବାହକତ୍ଵରେ ଆଭାସୀ ମୋଡରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ହେମନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଡ. ପରିଚ୍ଛା ବହୁମୁଖୀ ପ୍ରତିଭାର ସମ୍ପନ୍ନ ବ୍ୟକ୍ତିତ୍ଵ ଥିଲେ ବୋଲି ବକ୍ତାମାନେ ମତ ଦେଇଥିଲେ । ଚାଷୀ ମାନଙ୍କ ବାସ୍ତବ ସମସ୍ୟାକୁ ସେ ଉତଥାପନ କରୁଥିଲେ ବୋଲି ଅନେକେ ତାଙ୍କର ସ୍ମୃତିଚାରଣ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରେ ତାଙ୍କର ଯୋଗଦାନକୁ ଭୁଲି ହେବ ନାହିଁ ବୋଲି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଥିବା ବେଳେ କ୍ଷେତ ମଜଦୂର କିଷାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଓ କୃଷକ ସ୍ଵାର୍ଥ ପାଇଁ ତାଙ୍କର ଅବଦାନକୁ ମନେ ପକାଇଥିଲେ । ସୋନପୁର କଲେଜ ଅଧ୍ୟକ୍ଷ ତରୁଣ ମିଶ୍ର ୧୯୭୬ ବ୍ୟାଚର ମ୍ୟାଟ୍ରିକ ବ୍ୟାଚ୍‌ ବନ୍ଧୁ ମାନଙ୍କ ଭିତରେ ତାଙ୍କର ସହଭାଗୀତା ସମ୍ପର୍କରେ କହିଥିଲେ । ବରିଷ୍ଠ ସମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ, ବୀରେନ୍ଦ୍ର ଟାଙ୍କର, ଚାଷୀ ନେତା ଜତି ପଧାନ, ଅରୁଣ ମିଶ୍ର, ବଲାଙ୍ଗିର ଯୁବ ଆକ୍ସନ କମିଟୀର ବିନୋଦ କାଲସାଏ, କମଳ ଚକ୍ରବର୍ତ୍ତି ଓ ଓମ ପ୍ରକାଶ ଚନ୍ଦ ଗଭୀର ଶ୍ରଦ୍ଧାଞଳୀ ଜ୍ଞାପନ ପୂର୍ବକ ସ୍ମୃତିଚାରଣ କରିଥିଲେ । ବସ ମାଲିକ ସଂଘର ସମ୍ପାଦକ ପ୍ରଦ୍ୟୁତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବସ ମାଲିକ ସଂଘର କୋଷାଧକ୍ଷ ଶିବ ଶଙ୍କର ପଟେଲ, ବରିଷ୍ଠ ସଭ୍ୟ ଡମ୍ବରୁଧର ଆଚାର୍ଯ୍ୟ, ଅକ୍ଷୟ କଣ୍ଟା, ମାନସ ରଞ୍ଜନ ନାୟକ, ସୁନୀଲ କୁମାର ମିଶ୍ର, ସଞ୍ଜିବ ପଣ୍ଡା, ହିମାଂଶୁ ନାୟକ, ଲିକୁନ ଆଚାର୍ଯ୍ର, ଭବାନୀ ପଟେଲ, ସତ୍ୟ ପ୍ରକାଶ ପତି, ଅରୁଣ ବରାଇ, ପ୍ରଶାନ୍ତ ପଣ୍ଡା, ଦେବଦତ୍ତ ବେହେରା, ଚନ୍ଦ୍ରମଣି ତ୍ରିପାଠୀ, ଶଙ୍କର ପଟ୍ଟନାୟକ, ଜିତେନ୍ଦ୍ର ଭୋଇ, ପ୍ରାଣନାଥ ପ୍ରଧାନ ଓ ସାମ୍ବାଦିକ ପ୍ରଶାନ୍ତ ମହାକୁର ଯୋଗ ଦେଇଥିଲେ ।

Leave A Reply

Your email address will not be published.