oom

ରାଜ୍ୟ ସମନ୍ୱିତ ପର୍ଯ୍ୟବେକ୍ଷକ ଦଳଙ୍କ ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସମନ୍ୱିତ ପର୍ଯ୍ୟବେକ୍ଷକ ଦଳର ଅଦୈତ କୁମାର ପ୍ରଧାନ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଓଡ଼ିଶାଙ୍କ ଅଧ୍ୟକ୍ଷତାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ପର୍ଯ୍ୟବେକ୍ଷଣକାରୀ ଦଳରେ ଡା. ବି.କେ ସ୍ୱାଇଁ ଗୁଣବତ୍ତା ପରାମର୍ଶଦାତା, ଶ୍ରୀ ପ୍ରଣୟ କୁମାର ମହାପାତ୍ର ପରାମର୍ଶଦାତା (ପି.ଏଚ.ପି), ଶ୍ରୀ ସନ୍ତୋଷ କୁମାର ନାୟକ ପରାମର୍ଶ ଦାତା (ପି.ପି.ପି) ସାମିଲ ଥିଲେ । ଉକ୍ତ ଟିମ୍ ପାଇକମାଳ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ବାସ୍ତବରେ କିପରି ହେଉଛି ସେ ବିଷୟରେ ତର୍ଜମା ତଥା ପର୍ଯ୍ୟବେକ୍ଷଣ କରିଥିଲେ । ଏହି ଅବସରରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୌମ୍ୟରଞ୍ଜନ ଦାଶ, ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଶ୍ରୀଧର ପ୍ରଧାନ, ଡି.ଏ.ଏମ୍‌ ରାଜକୁମାର ଗୁପ୍ତା, ଡି.ପି.ଏମ୍‌ ଶ୍ରୀମାନ ଅମୁଲ୍ୟ ଖମାରୀ, ଏପିଡୋମିୟଲୋଜିଷ୍ଟ ଶ୍ରୀମାନ ଶତିଷ ନାୟକ, ପି.ଏଚ୍‌.ଇ.ଓ ବୁକୁରାମୁଣ୍ଡା ସି.ଏଚ୍‌.ସିର ଶ୍ରୀମାନ ତୁଷ କୁମାର ଚନ୍ଦ୍ରକାର, ବି.ପି.ଏମ୍‌ ଶ୍ରୀ ରେବତୀ ମୋହନ ଜେନା, ବି.ଏ.ଏମ୍‌ ଶ୍ରୀ ସୁବ୍ରତ କୁମାର ବିଶ୍ୱାଳ, ବି.ଡି.ଏମ୍‌.ଶ୍ରୀ ସଞ୍ଜିବ ମେହେର, ଭି.ବି.ଟି.ଡି.ଏମ୍‌ ଶ୍ରୀମାନ ସାନୁଜ କୁମାର ଦାସ, ସ୍ୱାସ୍ଥ୍ୟ ପରିଦର୍ଶିକା ପାଇକମାଲ ଶ୍ରୀମତୀ ଜାହ୍ନବୀ କିଶାନଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଗଣ ଉପସ୍ଥିତ ଥିଲେ । ପରିଦର୍ଶନ ପରେ ନିକଟସ୍ଥ ଝାରବନ୍ଧ ବ୍ଲକର ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ ।

jittmm
Leave A Reply

Your email address will not be published.