jayashree

ରାଜ୍ୟ ପାଇପ୍‌ କର୍ମଚାରୀ ସଂଘର କ୍ଷୋଭ : ଦୈନିକ ମଜୁରୀ ବାବଦରେ ୭୬ ଟଙ୍କା ପାଉଛନ୍ତି କର୍ମଚାରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପାଇପ ଜଳ କର୍ମଚାରୀ ସଂଘର ବଲାଙ୍ଗିର ସ୍ଥିତ ମାରୱାଡି ସେବା ସଦନ ଭବନ ଠାରେ କର୍ମଚାରୀମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ମହେନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି ହୃଷିକେଶ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି ଯୋଗ ଦେଇ କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛି ଯେ, ସମସ୍ତ ବର୍ଗର ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ମିଲୁଥିବା ବେଳେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ପମ୍ପ ଚାଳକ ଓ ନଳକୂପ ମେକାନିକମାନଙ୍କୁ ଦୈନିକ ସର୍ବନିମ୍ନ ୭୬ ଟଙ୍କାର ମାତ୍ର ମଜୁରୀ ପ୍ରଦାନ କରାଯାଉଛି । ଯାହାକି ସେମାନଙ୍କ ପରିବାର ଚଳେଇବା କଷ୍ଟକର ବ୍ୟାପାର ହୋଇପଡିଛି । ଦୀର୍ଘ ୨୧ ବର୍ଷ ଧରି ଗ୍ରାମାଞ୍ଚଳରେ ଲୋକଙ୍କୁ ଅନବରତ ଜଳଯୋଗାଣ କରିଆସୁଥିବା ବେଳେ ଏଭଳି ଅବହେଳାକୁ ଦୃଢ ଭାବେ ନିନ୍ଦା କରିଛି ସଂଘ । ଏ ନେଇ ୪ ଦଫା ଦାବୀ ସରକାରଙ୍କ ପାଖରେ ରଖିଛି । କର୍ମଚାରୀମାନଙ୍କୁ ଦୈନିକ ସର୍ବନିମ୍ନ ମଜୁରୀ ଉଚ୍ଚକୋଶଳିରେ ପ୍ରଦାନ, ଏସଇଏମ ଓ ପମ୍ପ ଡ୍ରାଇଭର ତଥା ନଳକୂପ ମେକାନିକମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ସହ ସ୍ଥାୟୀ ନିଯୁକ୍ତି, କର୍ମଚାରୀଙ୍କ ମୃତ୍ୟୁବରଣ ପରେ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ, ଏସଇଏମ ଉଚ୍ଛେଦ କରି ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ମାନ୍ୟତା ଦାବୀ ରଖିଛି ସଂଘ । ଯଦି ଦାବୀ ଗୁଡିକୁ ରାଜ୍ୟ ସରକାର ଅଣଦେଖା କରନ୍ତି ତାହା ହେଲେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଖଣ୍ଡ ସମ୍ପାଦକ ରବି ସୁନା, ଟିକେଶ୍ୱର ଗଡତ୍ୟା, ବୁଳୁ ପଧାନ, ରମେଶ ନାଏକ, ଶ୍ରୀବତ୍ସ କୁଦେଇ, ବିଦ୍ୟା ବିଶ୍ୱାଳ, ସମ୍ପତ୍ତି ବାଗ, ତୁଲୁ କୁମାର, ପର୍ଶୁରାମ ମେହେର, ସାଧୁରାମ ଷାଣ୍ଢ, ଦିଲିପ ବିଶ୍ୱାଲ, ଯୁବଲାଲ ସେଠ, ତାରିଣୀ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.