oom

ରୋଶନ ମିଶ୍ର ହେଲେ ଛାତ୍ର କଂଗ୍ରେସର ରାଜ୍ୟ ଗଣମାଧ୍ୟମ ସଂଯୋଜକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନଙ୍କ ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସୋସିଆଲ ମିଡ଼ିଆ କର୍ମକର୍ତ୍ତା ମନୋନୀତ କରାଯାଇଛି । ଏହି କ୍ରମରେ ବଲାଙ୍ଗିର ଛାତ୍ର କଂଗ୍ରେସର ରୋଶନ ମିଶ୍ରଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ରୂପେ ମନୋନୀତ କରାଯାଇଛି । ପ୍ରଦେଶ ଛାତ୍ର କଂଗ୍ରେସର ସୋସିଆଲ ମିଡ଼ିଆର ଅଧକ୍ଷ ଭାବେ ହର ପ୍ରସାଦ ବେହେରା, ଉପାଧ୍ୟକ୍ଷ ଭାବେ କୁମାର ଅଭିଷେକ ନାୟକ ଓ ସୌରଭ ପଟ୍ଟନାୟକ‌ଙ୍କୁ ମନୋନୀତ କରାଯାଇଥିବା ସୂଚନା ରହିଛି । ରୋଶନ ମିଶ୍ର ଏହି ଅବସରରେ କଂଗ୍ରସ ଦଳ ନେତା ରାହୁଲ ଗାନ୍ଧୀ, ଓଡିଶା ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଏଆଇସିସି ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟି ବରିଷ୍ଠ ମୁଖ ପାତ୍ର ସମରେନ୍ଦ୍ର ମିଶ୍ର, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଷିର୍ ନବାଜ୍, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ରୋଶନ ଲାଲ ବିଟୁ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.