jayashree

ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ଭାବେ ଚିନ୍ମୟ ପଣ୍ଡାଙ୍କୁ ମିଳିଲା ଗୁରୁଦାୟିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜେପି ଯୁବନେତା ତଥା ଯୁବ ଆଇନଜୀବୀ ଚିନ୍ମୟ କୁମାର ପଣ୍ଡାଙ୍କୁ ବିଜେପି ସାମାଜିକ ଗଣ ମାଧ୍ୟମର ରାଜ୍ୟ ସହ ସଂଯୋଜକ ଭାବରେ ଏକ ଗୁରୁତ୍ୱ ପୂର୍ଣ୍ଣ ପଦବୀ ପ୍ରଦାନ କରା ଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ସାମାଜିକ ଗଣ ମାଧ୍ୟମର ରାଜ୍ୟ ସଂଯୋଜକ ଉମାକାନ୍ତ ପଟ୍ଟନାୟକ ତାଙ୍କ ନୂତନ ଟିମ୍ ଘୋଷଣା କରିଛନ୍ତି । ଏଥିରେ ଚିନ୍ମୟ କୁମାର ପଣ୍ଡା ଏବଂ ସୁଚରିତା ଜେନାମଣିଙ୍କୁ ରାଜ୍ୟ ସହ ସଂଯୋଜକ ଭାବରେ ଏବଂ ଅନ୍ୟ ୧୨ ଜଣଙ୍କୁ ରାଜ୍ୟ କୋର୍ କମିଟିର ସଦସ୍ୟ ଭାବରେ ନିଯୁକ୍ତି କରିଛନ୍ତି । ପଦ୍ମପୁରର ଯୁବନେତା ଚିନ୍ମୟ କୁମାର ପଣ୍ଡା ବର୍ତ୍ତମାନ ପଦ୍ମପୁର ଏନଏସି କାଉନସିଲର ଏବଂ ସାଂସଦ ସୁରେଶ ପୂଜାରୀଙ୍କ ପ୍ରତିନିଧି ମଧ୍ୟ ଅଛନ୍ତି । ତାଙ୍କ ନିଯୁକ୍ତି ଫଳରେ ଅଞ୍ଚଳର ବିଜେପି ଯୁବ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଚିନ୍ମୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି ଏବଂ ସାମାଜିକ ଗଣ ମାଧ୍ୟମର ରାଜ୍ୟ ସଂଯୋଜକ ଉମାକାନ୍ତ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.