lika

ରାଜଲକ୍ଷ୍ମୀ ଜ୍ୱେଲର୍ସ ତରଫରୁ ଗ୍ରାହକଙ୍କ ପାଇଁ ଲଟେରୀ ସ୍କିମ୍‌

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବିଘ୍ନ ବିନାଶକ ଗଣେଶଙ୍କର ପୂଜା ସହ ପର୍ବ ପର୍ବାଣୀର ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ପାର୍ବଣ ଏବଂ ତା’ ପରେ ଦୀପାବଳିକୁ ନେଇ ଖୁବ ଚଳଚଞ୍ଚଳ ବ୍ୟାପାରି ଠାରୁ ନେଇ ଗ୍ରାହକ । ବିଭିନ୍ନ ସମୟରେ ଲୋକେ ବିଭିନ୍ନ ପ୍ରକାରର ଜିନିଷ ପତ୍ର କିଣା କିଣି କରୁଥିବା ବେଳେ ଦୋକାନୀମାନେ ମଧ୍ୟ ଚାହିଦା ଅନୁଯାଇ ବିଭିନ୍ନ ପ୍ରକାରର ଜିନିଷ ଗ୍ରାହକଙ୍କୁ ଖୁବ୍‌ ଆକର୍ଷଣୀୟ ଅଫର୍‌ ଗୁଡିକ ସହିତ ଯୋଗାଇ ଦେଇଥାନ୍ତି । ସେହିପରି ପବିତ୍ର ପାର୍ବଣ ଅବସରରେ ପଦ୍ମପୁର ରାଜଲକ୍ଷ୍ମୀ ଜ୍ୱେଲର୍ସ ତରଫରୁ ମଧ୍ୟ ଆସନ୍ତା ମାସଠାରୁ ଗ୍ରାହକମାନଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଲଟେରୀ ସ୍କିମ୍‌ । ସ୍କିମ୍‌ ଅନୁଯାୟୀ ମାସକୁ ୨୦୦୦ ଟଙ୍କାର କିସ୍ତି ଦେବେ ଗ୍ରାହକ ଏବଂ ଏହିପରି ୧୯ କିସ୍ତି ଯାଏଁ ସ୍କିମ୍‌ ଅନ୍ତର୍ଭୁକ୍ତ ଗ୍ରାହକଙ୍କ ମଧ୍ୟରେ ୧୮ ମାସ ଯାଏଁ ଲଟେରୀ କରାଯିବ ଓ ଯେଉଁ ଗ୍ରାହକଙ୍କ ଲଟେରୀ ଫିଟିବ ତାଙ୍କୁ ସ୍କିମର ପୁରସ୍କାର ଅନୁଯାୟୀ ପ୍ରାୟ ୪୦,୦୦୦ ଟଙ୍କା ମୂଲ୍ୟର ଗହଣା ଦିଆଯିବ ଏବଂ ଅନ୍ୟମାନେ ସ୍କିମ୍‌ ଅନୁଯାୟୀ ନିଜର କିସ୍ତି ପୂରଣ କରିବା ପରେ ୪୦,୦୦୦ ଟଙ୍କାର ଯେ କୌଣସି ଅଳଙ୍କାର ନେଇ ପାରିବେ ବୋଲି ପଦ୍ମପୁର ରାଜଲକ୍ଷ୍ମୀ ଜ୍ୱେଲର୍ସ ତରଫରୁ ସୂଚନା ଦିଆଯାଇଛି । ଏହା ସହ ଗୋଟିଏ ଥରରେ ପ୍ରାୟ ୧୫୦ରୁ ୪୦୦ ଜଣ ଗ୍ରାହକ ସ୍କିମ୍‌ରେ ଅନ୍ତର୍ଭୁକ୍ତ ରହିଥିବା ବେଳେ ଥରେ ଜିତି ଥିବା ବ୍ୟକ୍ତିଙ୍କୁ ସେହି ସ୍କିମ୍‌ରୁ ବାଦ୍‌ ଦିଆଯିବ ଓ ଯେଉଁ ବ୍ୟକ୍ତି ସ୍କିମ୍‌ ମଝିରେ କିସ୍ତି ଦେବା ବନ୍ଦ କରିଦେବେ ତାଙ୍କର ଲଟେରୀ ଉଠିବ ନାହିଁ ବୋଲି ଦୋକାନ ତରଫରୁ ସୂଚନା ଦିଆଯାଇଛି ।

babaa
Leave A Reply

Your email address will not be published.