ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦପଦବୀ ପୂରଣ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକଠାରେ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦ ପଦବୀ ପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଗଲା । ସୂଚନା ଯୋଗ୍ୟ ଯେ, ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ପରିଣତ ହେବା ପ୍ରାୟ ୪ ବର୍ଷରୁ ଅଧିକ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ବିଭାଗରେ ସ୍ଥାୟୀ ଅଧ୍ୟାପକର ଅଭାବ ଦେଖା ଦେଇଛି ଯାହା ଦ୍ୱାରା କି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଠିକ ସେହିପରି ବିଶ୍ୱବିଦ୍ୟାଳୟରେ ଅଣ ଅଧ୍ୟାପକ ପଦ ପଦବୀ ବହୁ ମାତ୍ରାରେ ଖାଲି ପଡିଛି ଯଦ୍ୱାରା ପରୀକ୍ଷା ଫଳ ବାହାରିବାରେ ବିଳମ୍ବ, ମୂଲ୍ୟାଙ୍କନରେ ତ୍ରୁଟି ଭଳି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ଛାତ୍ରଛାତ୍ରୀ ହେଉଛନ୍ତି । ଏହି ସବୁ ସମସ୍ୟାକୁ ନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କ୍ୟାମ୍ପସ ସଭାପତି ଚିନ୍ମୟ ବେହେରାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯଥାଶୀଘ୍ର ପଦ ପଦବୀ ପୂରଣ ଦାବିରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା । ଏହି ବିକ୍ଷୋଭରେ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁ, ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାପତି ଶ୍ରୀତମ ରାଜ ମିଶ୍ର, ରବି ମେହେତୋ, ପ୍ରତୀକ ଷଡ଼ଙ୍ଗୀ, ପଞ୍ଚାନନ ଷାଣ୍ଢ, ଆୟୁଷ୍ମାନ ସ୍ୱାଇଁ, ରମଣ କୁମ୍ଭାର, ମୋହମଦ ଜାକିର ହୁସେନ, ଶୁଭମ ସିଂହ ଦେଓ, ଶୁଭ୍ରାଂଶୁ ଶେଖର ମିଶ୍ର, ତନ୍ମୟ ପାଣିଗ୍ରାହୀ, ଫକୀର ମେହେର, ସୌମ୍ୟ ରଞ୍ଜନ ସାହୁ, ମାନସ ମିର୍ଧା, ଶୁଭ୍ରାନନ୍ଦ ପ୍ରଧାନ, ପ୍ରିତମ ସୁନା, ଆର୍ଯ୍ୟନ ନାୟକ, ରିତେଶ ବେଦବାକ, ଆକାଶ ବାଗ, କ୍ରିଷ୍ଣା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.