jayashree

ରାଜେନ୍ଦ୍ର ଆଲୁମ୍ନି ଏଜିଏମ୍‌ ଆସନ୍ତା ମାର୍ଚ୍ଚ ୨୦ରେ ଅନୁଷ୍ଠିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମାର୍ଚ୍ଚ ୨୦ ରବିବାର ଦିନ ପୂର୍ବାହ୍ନ ୧୦ଟା ୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ରାଜେନ୍ଦ୍ର ଆଲୁମ୍ନିମାନେ ପୁଣି ଏକାଠି ହେବେ । ସେଦିନ ହେବାକୁ ଥିବା ବାର୍ଷିକ ସାଧାରଣ ବୈଠକରେ ଆୟବ୍ୟୟର ବିବରଣୀ ଉପସ୍ଥାପିତ ହେବା ସହ ମୋ କଲେଜ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯିବ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଇତିମଧ୍ୟରେ ସଂସଦର ସଭାପତି ଡ.ଅଭିମନ୍ୟୁ ମିଶ୍ରଙ୍କ ପେøରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଅ‌ାଯାଇଛି । ତେବେ ଆହୁରି ମାସେ ସମୟ ବାକି ଥିବାରୁ ଉପରୋକ୍ତ ବାର୍ଷିକ ସାଧାରଣ ବୈଠକକୁ ଅପେକ୍ଷା ନକରି ରାଜେନ୍ଦ୍ରଭିଆନ୍‌ମାନେ ବହୁ ସଂଖ୍ୟାରେ ମୋ କଲେଜ ଅଭିଯାନରେ ଭାଗ ନେବାକୁ ଆହ୍ବାନ ଦିଆଯାଇଛି ।

Leave A Reply

Your email address will not be published.