ls

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଦ୍ୱିତୀୟ ବୈଠକ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଦ୍ୱିତୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଉଦ୍‌ଘାଟନ, ପ୍ରଥମ ଉପଦେଷ୍ଟା ମଣ୍ଡଳୀର ବୈଠକ, ଭିତ୍ତିଭୂମି ଉନ୍ନୟନ, ପ୍ରୋଗ୍ରାମ ଅଫିସରମାନଙ୍କ ପାଇଁ କର୍ମଶାଳା କରିବା ନିମନ୍ତେ ତଥା ଏନ୍‌ଏସ୍‌ଏସ୍‌ର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକକୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ସଭାପତିତ୍ୱ କରିଥିଲେ ଏବଂ ବଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜିକା ଡ. ପ୍ରିୟଙ୍କା ଚକ୍ରବର୍ତ୍ତି ପରିଚାଳନା କରିଥିଲେ । ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜ କିଶୋର ପାତ୍ର ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବୈଠକରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଏନ୍‌ଏସ୍‌ଏନ୍‌ ସଂଗଠନର କାର୍ଯ୍ୟକ୍ରମ ପରିଚଳେନା ଅଧିକାରୀ ଦିପ୍ତିମୟୀ ନାଏକ ଏବଂ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଉପଦେଷ୍ଟା ମଣ୍ଡଳୀର ଆନ୍ତଃ ସଦସ୍ୟ, ବିତ୍ତିୟ ନିୟନ୍ତ୍ରକ ଚନ୍ଦ୍ରମଣି ମିର୍ଦ୍ଧା, ମାନବ ସମ୍ବଳ ଆୟୋଗ ର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାସ, ଛାତ୍ର ମଙ୍ଗଳ ଉନ୍ନୟନ ଅଧିକାରୀ ତଥା ଉପକୁଳ ସଚିବ ବିଶ୍ୱଜିତ ବେହେରା, ବରିଷ୍ଠ କାର୍ଯ୍ୟାଳୟ ସହଯୋଗୀ ଏନ୍‌.କେ. ସାହୁ ଏବଂ ମନୋରଂଜନ ପଟେଲ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲା ଅଧିକାରୀ ଡ. ଅଜିତ କୁମାର ଭୋଇ ଏବଂ ସୋନପୁର ଜିଲ୍ଲା ଅଧିକାରୀ ଡ. ମନୋରଂଜନ ଘଡେଇ ମଧ୍ୟ ଏହି ବୈଠକରେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ବୈଠକରେ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଏନ୍‌ଏସ୍‌ଏନ୍‌ ବ୍ୟୁରୋର ଅଫିସ ଉଦ୍‌ଘାଟନ, ପ୍ରିନ୍‌ସିପାଲ ଓ ଏନ୍‌ଏସ୍‌ଏସ୍‌ ସଂଗଠନ କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀମାନଙ୍କ ସମ୍ମିଳନୀ ଏବଂ ଉପଦେଷ୍ଟା ମଣ୍ଡଳୀର ବୈଠକ କରିବା ପାଇଁ ସ୍ଥିରୀକୃତ କରାଗଲା ।

pc pk
Leave A Reply

Your email address will not be published.