centurian jitm

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଭାକକ୍ଷ ଠାରେ ବାବାସାହେବ ଡ. ଭୀମ୍‌ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

nschool
  • ଦେଶ ତଥା ସମାଜ ଗଠନରେ ଡ. ଆମ୍ବେଦକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଭାକକ୍ଷ ଠାରେ ଡ. ଭୀମ୍‌ ରାଓ ଆମ୍ବେଦକରଙ୍କର ୧୩୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏନ୍‌.ଏସ୍‌.ଏସ୍‌ ବ୍ୟୁରୋ ଦ୍ୱାରା ଆୟୋଜିତ ସଭାରେ ପ୍ରଥମେ ଡ. ଆମ୍ବଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଡ.ଆମ୍ବେଦକରଙ୍କର ଜୀବନ ଆରମ୍ଭରୁ ହିଁ ସଂଘର୍ଷପୂର୍ଣ୍ଣ ଥିଲା ହେଲେ ସେ ଭାରତକୁ ସ୍ୱାଧିନ ଆଣିବାରେ ନାରୀ ଶିକ୍ଷାର ପ୍ରସାର ଦିଗରେ, ଜାତିଭେଦ ଦୂର ତଥା ସାମ୍ବିଧାନିକ ବ୍ୟବସ୍ଥାରେ ସମାନତା ଆଣିବାରେ ସେ ପ୍ରୟାସ କରିଥିଲେ ବୋଲି ଉପସ୍ଥିତ ବକ୍ତାଗଣ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ପ୍ରିୟଙ୍କା ଚକ୍ରବର୍ତ୍ତିଙ୍କ ସଭାପତିତ୍ୱରେ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଯୁଯେଷ୍ଠି ମେହେର, ସହକାରୀ ପ୍ରଫେସର ଶିବରାମ ବଡତ୍ୟା, ରେଜିଷ୍ଠାର ବିଶ୍ୱଜିତ ବେହେରା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମନରଞ୍ଜନ ପଟେଲ ଏବଂ ଆନନ୍ଦ ପଧାନ । ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ଗୀତ, ନୃତ୍ୟ ଏବଂ ବକ୍ତୃତା ଆଦି ଅନୁଷ୍ଠିତ ହୋଇଥିଲା । ସଭା ପୂର୍ବରୁ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ନଗର ପରିକ୍ରମା, ସଫେଇ କରାଯାଇଥିଲା । ସଫେଇ ରେ ପୌର ସଂସ୍ଥା ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ପ୍ରିୟଙ୍କା ଚକ୍ରବର୍ତ୍ତିଙ୍କ ସମେତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.