om academy

ରାଜଧାନୀ ଉପକଣ୍ଠରୁ ସିରିଜ୍ ଲୁଟ୍

jsm

ବାରଙ୍ଗ : କମିଶନରେଟ୍ ପୋଲିସକୁ ଖୋଲା ଚାଲେଞ୍ଜ । ରାଜଧାନୀ ଉପକଣ୍ଠରୁ ପୁଣି ହେଲା ସିରିଜ୍ ଲୁଟ୍ । ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ ଲୁଟେରା ଲୁଟ୍ କରିଛନ୍ତି । ଅପାର୍ଟମେଣ୍ଟ ପରେ ଡୁପ୍ଲେକ୍ସକୁ ଟାର୍ଗେଟ୍ । ବ୍ୟାଙ୍କ୍ କର୍ମଚାରୀ ଏବଂ ପୋଲିସ କର୍ମୀଙ୍କ ଘରୁ ଲୁଟ୍ । ଭୁବନେଶ୍ୱର ସାଇ ନିଳୟ ସୋସାଇଟିର ୨ଟି ଡୁପ୍ଲେକ୍ସରୁ ସଶସ୍ତ୍ର ଲୁଟ୍ ହୋଇଛି । ତାଲା ଓ କବାଟ ଭାଙ୍ଗି ୮ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ । ଚନ୍ଦକା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଆତଙ୍କରେ ଆପାର୍ଟମେଣ୍ଟ ଏବଂ ଡୁପ୍ଲେକ୍ସ ବାସିନ୍ଦା । ଚନ୍ଦକା ଥାନା ଅନ୍ତର୍ଗତ ସାଇ ନିଳୟ ସୋସାଇଟିରେ ସିରିଜ୍ ଲୁଟ୍ ହୋଇଛି । ଦୁଇଟି ଘର ଖାଲି କରିଥିବା ବେଳେ ଲୁଟେରାମାନେ ପୁଣି ଆତଙ୍କ ଖେଳାଇଲେ । ସୋସାଇଟିର ୩୨ ନମ୍ବର ପ୍ଲଟରେ ରହୁଥିବା ଏସ୍‌ଓଜି ହେଡ୍ କନେଷ୍ଟବଳ ପଦ୍ମଲୋଚନ ମହାନ୍ତି ଏବଂ ୩୫ ନମ୍ବର ପ୍ଲଟରେ ରହୁଥିବା ବ୍ୟାଙ୍କ୍ କର୍ମଚାରୀ ପ୍ରସନ୍ନ ମହାରଣାଙ୍କ ଘରୁ ଲୁଟ୍ ହୋଇଛି । ବ୍ୟାଙ୍କ୍ କର୍ମଚାରୀଙ୍କ ଘରୁ ଗୋଟିଏ ସୁନା ହାର, ଦୁଇଟି ଚେନ୍, ୭ଟି ମୁଦି ସହ ଏସ୍‌ଓଜି ହେଡ୍ କନେଷ୍ଟବଳଙ୍କ ଘରୁ ୭ ହଜାର ଟଙ୍କା ଏବଂ ୪ଟି ମୁଦି ଲୁଟ୍ ହୋଇଥିବା ଜଣାପଡ଼ିଛି । ସୂଚନା ପାଇ ଚନ୍ଦକା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ସହ ଚାରିଆଡ଼େ ଚଢ଼ାଉ ଜାରି ରଖିଛି । ତେବେ ପୋଲିସ ପକ୍ଷରୁ ସହରର ସବୁଆଡେ କଡାକଡି ବ୍ଲକିଂ ଚେକିଂ ସହ ନାଇଟ୍ ପାଟ୍ରୋଲିଂ ହେଉଥିଲେ ମଧ୍ୟ ଲୁଟେରାମାନେ ଖୋଲା ଚାଲେଞ୍ଜ ଦେଇ ଏପରି ଲୁଟ୍ କରୁଥିବାରୁ ଲୋକେ ଆତଙ୍କିତ ହୋଇଥିବା ବେଳେ ପୋଲିସର ମୁଣ୍ଡ ବିନ୍ଧା ହୋଇଛି ।

Leave A Reply

Your email address will not be published.