ରାଜ୍ୟରେ କୋଭିଡ୍‌ କଟକଣାକୁ ଜୋରଦାର କଡାକଡି କରିଛନ୍ତି ରାଜ୍ୟ ସରକାର : କୋଭିଡ୍‌ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୨୧ ଜଣ ଆଇଏସ୍‌ଙ୍କୁ କୋଭିଡ୍‌ ପର୍ୟ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ କୋଭିଡ୍‌ କଟକଣାକୁ ଜୋରଦାର କଡାକଡି କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଠାରୁ ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ କରାଯାଇଛି । ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲାର ସମସ୍ତ ସହର​‌ରେ ଲାଗୁ କରାଯାଇଛି ନାଇଟ୍‌ କର୍ଫ୍ୟୁ । ରାତି ୯ଟାରୁ ଭୋର ୫ଟା ଯାଏଁ ସମସ୍ତ ସହରରେ ନାଇଟ୍‌ କର୍ଫ୍ୟୁକୁ କଡାକଡି କରିବାକୁ ରଳଜ୍ୟସରକାର ଘୋଷଣା କରିଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ସଦ୍ଭଚନା ଦେଇଛନ୍ତି । ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ଗାଇଡ୍‌ଲାଇନ୍‌ ଜାରି କରୁଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୨୧ ଜଣ ଆଇଏସ୍‌ଙ୍କୁ କୋଭିଡ୍‌ ପର୍ୟ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଦର୍ଶାଯାଇଥିବା ଗାଇଡ଼ ଲାଇନ ଗୁଡିକ ହେଲା :-
୧. ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।
୨. ବାକି ୨୦ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ।
୩. ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସବୁ କାର୍ୟ୍ୟ ବନ୍ଦ ରହିବ ।
୪. ରାଜନୈତିକ ଶୋଭା ଯାତ୍ରା ଏବଂ ଧାର୍ମିକ ସମାବେଶ ବନ୍ଦ ରହିବ ।
୫. ବିବାହ କାର୍ୟ୍ୟରେ ୫୦ଜଣ ରହିବେ ଏବଂ ଅନ୍ତ୍ୟୋଷ୍ଟି କାର୍ୟ୍ୟରେ ୨୦ ଜଣଙ୍କୁ ରହିବାକୁ ଅନୁମତି ଦିଆଯିବ ।
୬. ସିନେମା ହଲ୍ ମାନଙ୍କରେ ୫୦ ପ୍ରତିଶତ ଲୋକ ଏକାଠି ବସି ଦେଖିପାରିବେ ।
୭. ଅପେରା ଯାତ୍ରା ଆଦିରେ ୧୦୦୦ ଲୋକ ରହିପାରିବେ ।
୮. ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରି ସହିତ ଜାରି ରହିବ ।
୯. ସମସ୍ତ ବେସରକାରୀ ଅଫିସ୍ ମାନଙ୍କରେ କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ ।
୧୦. ଉକ୍ତ ୧୦ ଜିଲ୍ଳା ହେଲା ସୁନ୍ଦରଗଡ, ଝାରୁସୁଗୁଡା, ବରଗଡ, କୋରାପୁଟ, ବଲାଙ୍ଗୀର, ନୂଆପଡା, କଲାହାଣ୍ଡି , ନବରଙ୍ଗପୁର, ମାଲକାନାଗିରି ଏବଂ ସମ୍ବଲପୁର । ଏହିସବୁ ଜିଲ୍ଳାର ସହରାଞ୍ଚଳ ମାନଙ୍କରେ ମଧ୍ୟ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।
୧୧. ସବୁ ଅନ୍ତଃରାଜ୍ୟ ବସ୍ ବନ୍ଦ ରହିବ ।
୧୨. ସବୁ ଦୋକାନର କର୍ମଚାରୀ ମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ନଚେତ୍ ସିଲ୍ କରାଯିବ ।
୧୩. ଅଟୋ ଏବଂ ଟ୍ୟାକ୍ସିରେ ୨ ଜଣ ହିଁ ଯାଇପାରିବେ ତାଠାରୁ ଅଧିକ ନୁହେଁ ।
୧୪. ଅତ୍ୟାବଶ୍ୟକ ମାଲ୍ ପରିବହନ କାର୍ୟ୍ୟ ଜାରି ରହିବ ।
୧୫. ଓଡିଶାରେ ବସ୍ ସିଟ୍ ଅନୁସାରେ ଯାତ୍ରୀ ଯାଇପାରିବେ

Leave A Reply

Your email address will not be published.