
ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇନଷ୍ଟିଚ୍ୟୁଟ୍ ଫର୍ ପଲିସି ରିସର୍ଚ୍ଚ ଇନ୍ ଇକୋନୋମିକସ୍ ମେନେଜମେଣ୍ଟ ଏଣ୍ଡ ସୋସିଆଲ ଡେଭଲପମେଣ୍ଟର ବାର୍ଷିକ ଉତ୍ସବ “ଅନ୍ୱେଷଣ ୨୦୨୫”, ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ, ଗଞ୍ଜାମ କଳା ପରିଷଦ,ବ୍ରହ୍ମପୁରଠାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ଗୌରୀ ଶଙ୍କରଲାଲ ପୂର୍ବତନ ପ୍ରାଧ୍ୟାପକ, ବାଣିଜ୍ୟ ବିଭାଗ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡିଶା, ଯୋଗଦେଇଥିବାବେଳେ ,ସମ୍ମାନନୀୟ ଅତିଥିଭାବେ ପ୍ରେମ୍ ସିଂହ ବିଷ୍ଟ , ନୂଆ ଦିଲ୍ଲୀ, ଶ୍ରୀ ଏନ୍. ସନ୍ତୋଷ କୁମାର ରେଡ୍ଡୀ, ନିର୍ଦ୍ଦେଶକ ଉର୍ଜା ଏକାଡେମୀ ବ୍ରହ୍ମପୁର, ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଯୋଗଦେଇଥିଲେ । ଇନଷ୍ଟିଚ୍ୟୁଟ୍ ଫର୍ ପଲିସି ରିସର୍ଚ୍ଚ ଇନ୍ ଇକୋନୋମିକସ୍ ମେନେଜମେଣ୍ଟ ଏଣ୍ଡ ସୋସିଆଲ ଡେଭଲପମେଣ୍ଟରର ନିର୍ଦ୍ଦେଶକ ଡକ୍ଟର ପ୍ରବୀଣ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କେ. ଶିବକୁମାର୍ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କେ. ଶିବକୁମାର ଓ ସ୍ୱସ୍ତିସୁନ୍ଦର୍ ମଞ୍ଚପରିଚାଳନରେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ଉଦ୍ୟୋଗୀ ଅନୁଷ୍ଠାନ ରଶ୍ମୀ ଏଣ୍ଟର୍ପ୍ରାଇଜେଶ୍, ଭିତମ୍, କୁନାଲ ବୁକ୍ସ୍ , ଉର୍ଜା ଏକାଡେମୀ, ମା’ ତାରାତାରିଣୀ ନର୍ସିଂ କଲେଜ, ପ୍ର. ଆର୍ଯ୍ୟାନ୍ ଏକାଡେମୀ ପ୍ରମୁଖ ଅନୁଷ୍ଠାନ ସହଯୋଗ କରିଥିଲେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। । ଏଥିସହ ପରିଚାଳନା ଅର୍ଥନୀତି”ରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ଭାରତୀୟ ଅର୍ଥନୀତି ସୁଯୋଗ ତଥା ଚ୍ୟାଲେଞ୍ଜ ଏବଂ ଅର୍ଥନୀତିର ସୁପରିଚାଳନା ଉପରେ ୨ଟି ପୁସ୍ତକର ଉନ୍ମୋଚନ କରାଯାଇଥିଲା । ଏଥିରେ ପ୍ରସନ୍ନାକ୍ଷୀ, ନେକ୍ସଟ୍ ଲେଭେଲ ଡାନ୍ସ ଷ୍ଟୁଡିଓ, ମିନିମିରକଲ ଆଦି ପ୍ରମୁଖ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମାନଙ୍କ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯାଇଥିଲା । କର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଉଦୀୟମାନ ତାରକା ସତ୍ୟ ସୁନ୍ଦର ଦାସ ଅତିଥି କଳାକାର ଭାବେ ଯୋଗ ଦେଇଥିଲେ । ଏବଂ ସମସ୍ତ ସହଯୋଗୀ ମାନଙ୍କୁ ସେମାନଙ୍କର ସମାଜପ୍ରତି ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ମଧୁସ୍ମିତା ମିଶ୍ର, ଅନୁପ ପଣ୍ଡା, ପ୍ରଭୃତି ସଂଯୋଜନା କରିଥିବାବେଳେ ଆଶୁତୋଷ ପଣ୍ଡା, ରଶ୍ମୀରଞ୍ଜନ ମୁଦୁଲି, ସୁଶାନ୍ତ ଗୋଚ୍ଛାୟତ, ଜିତୁରାଜ୍ ବେହେରା, ଦ୍ଵିତୀ କୃଷ୍ଣ ଗୌଡ଼ ପ୍ରମୁଖ ଏହାକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଅନୁପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।