oum

ଭୂକମ୍ପରେ ଥରିଲା ରାଜସ୍ଥାନ

jsm

ସିକର : ଗତ ଶନିବାର ମଧ୍ୟରାତ୍ରିରେ ରାଜସ୍ଥାନର ସିକର ଜିଲ୍ଲାରେ ଅନେକ ସ୍ଥାନରେ ପ୍ରାୟ ୧୦ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଶନିବାର ରାତି ୧୧ଟା ୪୫ ମିନିଟରେ ହଠାତ୍ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ର ସିକରଠାରୁ ୧୫ କିଲୋମିଟର ଦୂର ବୋଲି କୁହାଯାଉଛି । ଏହି ଭୂକମ୍ପର ପ୍ରଭାବ ସିକରର ଖାଟୁଶ୍ୟାମ ଜି, ରିଙ୍ଗସ୍, ପଚାର, ଦାନ୍ତାରାମଗଡ଼ରେ ଅନୁଭୂତ ହୋଇଥିଲା । ସୌଭାଗ୍ୟବଶତଃ ଏହି ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.