oum

୫୯ ନମ୍ବର ଜାତୀୟ ରାଜପଥ ମୁରିବାହାଲ ଥାନା, ପତ୍ରାପାଲି (ଖ) ଛକରେ ମର୍ମନ୍ତୁଦ ଦୁର୍ଘଟଣା

jsm
  • ଅଜଣା ଗାଡ଼ି ଧକ୍କାରେ ସ୍ଵାମୀ, ସ୍ତ୍ରୀଙ୍କ ସହ ବଳଦର ମୃତ୍ୟୁ
  • ୫୯ନମ୍ବର ଜାତୀୟ ରାଜପଥ ଅବରୋଧ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ଵାମୀ, ସ୍ତ୍ରୀଙ୍କ ସହ ଏକ ବଳଦର ଶୋଚନୀୟ ମୃତ୍ୟୁ ଘଟିଛି । ପ୍ରତିବାଦରେ ଉତ୍ୟକ୍ତ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି । ପତ୍ରାପାଲି(ଖ) ଗ୍ରାମର ଗମ୍ଭୀର ରଣା(୬୦)ଓ ତାଙ୍କ ସ୍ତ୍ରୀ ଗୀତା ରଣା(୫୫) ଆଜି ବଡିଭୋର୍‌ରୁ ନିଜର ଦୁଇ ବଳଦ ସହ ଜାତୀୟ ରାଜପଥ ଦେଇ ପାଖ ଘଣ୍ଟବାହାଲି ଗ୍ରାମରେଥିବା ନିଜ କ୍ଷେତକୁ ଧାନ ବୁଣିବାକୁ ଯାଉଥିଲେ । ଘଟଣାସ୍ଥଳରେ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ଉଭୟ ସ୍ଵାମୀ, ସ୍ତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଦୁଇଟି ବଳଦରୁ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ଘଟିଛି । ଗାଡ଼ିଟି ଚାଷୀ ଧରିଥିବା ବୁଣା ଧାନ, ଲଙ୍ଗଳ ଓ ସାଇକେଲକୁ ବହୁ ଦୂର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଖବର ପାଇ ଉତ୍ୟକ୍ତ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ ସହ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରି ରଖିଛନ୍ତି । ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଖବର ପାଇ ମୁରିବାହାଲ ଥାନା ପୁଲିସ ଓ ମାଜିଷ୍ଟ୍ରେଟ୍‌ ଦାୟିତ୍ଵରେ ମୁରିବାହାଲ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.