ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ରାତ୍ରି ୩ଘଣ୍ଟା ଘଡ଼ି ଅନ୍ଧାର ସମୟରେ କଟକରୁ କନିଷି ଯାଉଥିବା ଏକ କେଣ୍ଟନରଟି ସର୍ଟ ସର୍କିଟ ହୋଇ ନିଆଁ ଲାଗି ଜଳି ଯାଇଛି । ଚମାଖଣ୍ଡି ଥାନା ଅଧୀନସ୍ଥ ଜାତୀୟ ରାଜପଥ ଏନ୍ଏଚ୍ -୧୬ ଚମାଖଣ୍ଡି ଗାଁ ପାଖାପାଖି ଅଞ୍ଚଳରେ ଏହି ଅଘଟଣ ଘଟିଥିବା ଜଣାଯାଇଛି । ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି । ଗାଡ଼ିରେ କୌଣସି ଜିନିଷପତ୍ର ନଥିଲା । ଡ୍ରାଇଭର ହେଲ୍ପର ନିରାପଦରେ ଅଗ୍ନି ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଛତ୍ରପୁର ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ ଅଗ୍ନିଶମ ବାହିନୀକୁ ନେଇ ପହଞ୍ଚି ଗଣମାଧ୍ୟମକୁ ଅଧିକା ସୂଚନା ଦେଇଛନ୍ତି ।