୫୯ ନଂ.ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର : ଯାତାୟାତ ଠପ୍‌

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଯାତାୟାତ ଠପ ହୋଇଯାଇଛି । ଉକ୍ତ ଘାଟି ରାସ୍ତାର ଏକ ବୁଲାଣିରେ ଟ୍ୟାଙ୍କର ଫସିଯିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।କ୍ଷ ସୂଚନାନୁଯାୟୀ, ଏକ ପିଚୁ ବୋଝେଇ ଟ୍ୟାଙ୍କର ବୁଲାଣି ରାସ୍ତାରେ ବୁଲାଇ ନ ପାରି ସିଧା ଯିବାକୁ ଚେଷ୍ଟା କରିଥିଲା, ଫଳରେ ଖସିଯିବା ପରିସ୍ଥିତି ସୃଷ୍ଟି ହୋଇଥିଲା । ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ଟ୍ୟାଙ୍କରଟି ରକ୍ଷା ପାଇଯାଇଥିଲା । କିନ୍ତୁ ଏହା ଫସି ରହିଥିବାରୁ ଘାଟି ରାସ୍ତାର ଉଭୟ ପାଖରେ ବହୁ ଛୋଟ, ବଡ଼ ଗାଡି ଅଟକି ରହିଛି । ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି । ପର୍ଯ୍ୟଟକମାନେ ପରିବାର ସହ ଘାଟି ଓ ଜଙ୍ଗଲ ମଧ୍ୟରେ ଭୋକ ଉପାସରେ ଫସି ରହିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.