oom

ରଜାମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭୁତିଆରବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମରେ ଶ୍ରୀ ଶ୍ରୀ ରାଧାକ୍ରିଷ୍ଣା ସଂକୀର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଇକେଡା ହାଇସ୍କୁଲର ପ୍ରଧାନ ଶିକ୍ଷକ କୁଳମଣି ଯୋଶୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ମାନସ ରଂଜନ ସାହୁ, ଅନିମେଶ ଦାଶ, ରଂଜିତ କୁମାର ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚପରିଚାଳନା କରିଥିଲେ ଜ୍ଞାନେଶ୍ୱର ପାଣିଗ୍ରାହୀ ଓ ପ୍ରେମାନନ୍ଦ ବଗର୍ତ୍ତୀ । ରସରକେଲି, ଡାଲଖାଇ ଗୀତ ଓ ନାଚ ସହ ଲୋକକଳାକାର ଡିଙ୍ଗର ଠେଲା ଏବଂ ରାଧାକ୍ରିଷ୍ଣା ସଂକୀର୍ତ୍ତନ୍ୟ ମଣ୍ଡଳୀର କଳାକାର ମାନଙ୍କ ଦ୍ୱାରା ମଞ୍ଚ ଦୁଲୁକି ଉଠିଥିବା ବେଳେ ମଣ୍ଡଳୀର ମେନେଜର ସନ୍ୟାସୀ ବଗର୍ତ୍ତୀ, ଭଗବତ ପୁଟେଲ, ରମେଶ ଚନ୍ଦ୍ର ବଗର୍ତ୍ତୀ, ଉମେଶ ଚନ୍ଦ୍ର ବଗର୍ତ୍ତୀ ସହଯୋଗ କରିଥିଲେ । ଶେଷରେ ରଞ୍ଜିତ କୁମାର ପଟେଲ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.