ଖୋର୍ଦ୍ଧା : ଦ୍ୱିତୀୟ ଦିନରେ ଜମିଛି ରଜ । କାଲି ଥିଲା ପହିଲି ରଜ । ଆଜି ରଜ ସଂକ୍ରାନ୍ତି ଅବସରରେ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଏହିକ୍ରମରେ ଖୋର୍ଦ୍ଧା ସଦର ବ୍ଲକ ଅଣ୍ଡାଗ୍ରାମରେ ଶ୍ରୀ ଶାଳେଶ୍ୱର ରଜ ମହୋତ୍ସବ ୨୦୨୩ ପାଳନ ହୋଇଯାଇଛି । ୩୫ରୁ ଅଧିକ ଦୋଳି ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଣ୍ଡାଗ୍ରାମର ତପସ୍ୟା ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଗ୍ରାମର ସବୁ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ସେହିପରି ମୁଖ୍ୟ ଅତିଥି ଭାବରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ନେଇ ଏକ ରାମ୍ପ ସୋ’ ଅନୁଷ୍ଠିତ ହୋଇଥିଲା । ସେହିପରି ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।