centurian jitm

ଆଗଲପୁର ବ୍ଲକରେ ପଂଚାୟତି ରାଜ ଦିବସ ୨୦୨୫ ସମାରୋହ ଅନୁଷ୍ଠିତ

nschool

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟରେ ଓଡିଶା ସରକାରଙ୍କ ତରଫରୁ ଜାତୀୟ ପଂଚାୟତି ରାଜ ଦିବସ ୨୦୨୫ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ବିଡିଓ ମହାପାତ୍ର କୂଳଦୀପ ମହାନ୍ତିଙ୍କ ତତ୍ୱାବଧାନରେ ଜିଲ୍ଲାପରିଷଦ ଜୋନ ୨ର ସଭ୍ୟା ବୀଣାପାଣି ଦାଶ, ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ଆଗଲପୁର ତହସିଲଦାର, ସାଂସଦ ପ୍ରତିନିଧି ଉମେଶ ପଟେଲ, ଲୋଇସିଂହା ବିଧାୟକ ପ୍ରତିନିଧି ପିତାମ୍ବର କଣ୍ଟା ପ୍ରମୁଖ ମଂଚାସୀନ ଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରୁ ସିଧାପ୍ରସାରଣ ଆଭାସି ମାଧ୍ୟମରେ ନୂତନ ରାସନକାର୍ଡ ବିତରଣରର ଶୁଭ ଉଦ୍‌ଘାଟନ କରିଥିଲେ । ନୂତନ ଭାବେ ୬ଲକ୍ଷ ରାସନକାର୍ଡ ବଣ୍ଟନର ଶୁଭାରମ୍ଭ କରି ୨ ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟନ ହେବା ନେଇ ସୂଚନା ଦେଇଥିଲେ । ଗତ କିଛିଦିନ ତଳେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ୨୮ ଜଣଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ୨୦୩୬ ସୁଦ୍ଧା ଓଡିଶାକୁ ଦେଶରେ ବିକଶିତ ରାଜ୍ୟ ଭାବେ ୧ ନମ୍ବର କରିବା ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ ବୋଲି ସୂଚନା ଦେଇ ଗାଁର ବିକାଶ ହେଲେ ଦେଶର ବିକାଶ ହେବ, ଗାଁ ହସିଲେ ଦେଶ ହସିବ ବୋଲି ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ପ୍ରତ୍ୟେକ ଘରକୁ ପିଇବା ପାଣି, ବିଜୁଳି ସହ ରାସ୍ତା ଆଦିର ବିକାଶ ପାଇଁ ସଂକଳ୍ପ ନିଆଯିବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ପାନୀୟ ଓ ଜଳ ଯୋଗାଣ ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ର ପରିଚାଳନା କରିଥିଲେ । ବ୍ଲକର ୧୦ ଗୋଟି ପଂଚାୟତକୁ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟରେ ସଫଳତା ପାଇଥିବା ସରପଂଚ, ପଂଚାୟତ ଅଧିକାରୀଙ୍କ ସହ ଅନ୍ୟମାନଙ୍କୁ ଅର୍ଥ ରାଶି ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଆଗଲପୁର ବ୍ଲକର ଆଦର୍ଶ ପଂଚାୟତ ଭାବେ ସାଲେଭଟା ପଂଚାୟତ, ସ୍ୱଚ୍ଛ ଓ ପରିମଳ ପଂଚାୟତ ଭାବେ ପଟୁଆପାଲି ପଂଚାୟତ, ନାରୀ ସଶକ୍ତି କରଣ ପାଇଁ ଝରଣୀପାଲି ପଂଚାୟତ, ଉଲ୍ଲେଖନୀୟ ସଫଳତା ପାଇଁ ଲୁହୁରାମୁଣ୍ଡା ପଂଚାୟତ ପୁରସ୍କୃତ ହୋଇଥିଲା । ବେଷ୍ଟ ପିଇଓ ଭାବେ ବେନ୍ଦ୍ରା ପଂଚାୟତ ପିଇଓ ଅଲି ବାରିକ, ଏଡିଓ ଚିତ୍ତରଂଜନ ଭୋଇ ଡୁଡୁକା ପଂଚାୟତ, ଏସିଏମ ଶ୍ରି ଶଂକର ଭୋଇ ବାବୁ ଫାସଡ ପଂଚାୟତ, ବେଷ୍ଟ ପମ୍ପ ଅପରେଟର ଭାବେ ସୁରଥ ମେହେର କୁଟା ସିଂହା ପଂଚାୟତ, ପାର୍କ ନିର୍ମାଣ ପାଇଁ ନଅଗାଁ (ଖ) ପଂଚାୟତ ସମ୍ମାନିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.