
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ ମାମଲା ବଢିବାରେ ଲାଗିଥିବା ବେଳେ ଆଜି ପୁଣି ଏକ ଯୁବକ ରେଲୱେ ଷ୍ଟେସନ ଛକ ଠାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନେଇ ଖବର ମିଳିଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ମାଲଗୋଦାମପଡାର ନିରୋଜ ହରପାଲ ବୋଲି ଜଣାପଡିଛି । ନିରୋଜଙ୍କ କହିବାନୁସାରେ ରେଲୱେ ଷ୍ଟେସନ ଛକ ଠାରେ ଥିବା ଦୋକାନକୁ ଖୋଲିବା ପାଇଁ ଆସିଥିବା ବେଳେ ତାଙ୍କୁ ପଛପଟୁୁ କିଛି ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ । ଯାହା ଫଳରେ ନିରୋଜଙ୍କ ହାତରେ ଗଭୀର ଆହତ ହୋଇଥିବା ବେଳେ ନିରୋଜ ଏ ସଂପର୍କରେ ସରକାରୀ ରେଳବାଇ ପୋଲିସ ଠାରେ ଅଭିଯୋଗ କରିଥିବା ନେଇ ଜଣାପଡିଛି ।