oom

ଏଛିନ୍‌ ବି ରଜତଙ୍କର ମୃତ୍ୟୁ ଘଟନା ରହସ୍ୟ ଥି : ସର୍‌ଜମିନ୍‌ ତଦନ୍ତ ଲାଗି ଦାବୀ କରିଛନ୍‌ ପରିବାର୍‌ ଲୋକ୍‌ ଆର୍‌ ଗ୍ରାମବାସୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଏଁହେଲା ଯେ ରଜତ୍‌ କେ କିଡ୍‌ନେପ୍‌ ଉତ୍‌ରୁ ମର୍ଡର୍‌ କରାଯାଇଛେ? ରଜତ୍‌ କାହାର୍‌ କାଣା ଦୋଷ୍‌ଗୁନା କରିଥିଲେ? କିଏ ମର୍ଡର୍‌ କଲା ରଜତ୍‌ କେ? ଏନ୍‌ତା ଗୁର୍‌ଦୁଟେ ପ୍ରଶ୍ନ ଏଛିନ୍‌ ବଲାଙ୍ଗିର ସହର୍‌ ପାଖର୍‌ ଅଏଁଲାଚୁଆଁ ଗ୍ରାମବାସୀ ମାନ୍‌କର୍‌ ଭିତ୍‌ରେ ଘୋଟ୍‌ ଘୁମର୍‌ ଚର୍‌ଚା ହଉଛେ । ମୃତ ରଜତଙ୍କର ପରିବାର୍‌ ଲୋକ୍‌ ଆର୍‌ ଗ୍ରାମବାସୀ ବି ଦାବୀ କରିଛନ୍‌ ଇ’ ଘଟ୍‌ନାର ସର୍‌ଜମିନ୍‌ ତଦନ୍ତ ଲାଗି । ମୃତ ରଜତ୍‌ଙ୍କର ବାପା ନିରାକାର ପଧାନ କହିଛନ୍‌, ଶନିବାର ଦିନ ବେଲ୍‌ବୁଡ଼ା ୭ ବଜେ ରଜତ୍‌ ତାକର୍‌ ବୁହେନ୍‌ର ଜନମ୍‌ଦିନ ପାଲନ କଲା ଉତ୍‌ରୁ ଟି-ସାର୍ଟ ଆର୍‌ ନିକର୍‌ ଟେ ପିନ୍ଧି ଘରୁ ବାହାରିଥିଲେ । ଇତାର୍‌ ଉତ୍‌ରୁ ଆର୍‌ ଘର୍‌କେ ନେଇଁ ଫିରିନ’ ରଜତ୍‌ । ରାତିର୍‌ ୮ ବଜେ ଉତ୍‌ରୁ ରଜତଙ୍କୁ୍‌ ମୋବାଇଲ୍‌ ଥି କନ୍‌ଟାକ୍ଟ କର୍‌ବାର୍‌ ବି ଆର୍‌ ସମ୍ଭବ୍‌ ନେଇଁ ହେଲା । ଇତାର୍‌ ଉତ୍‌ରୁ ଘରର୍‌ ଲୋକ୍‌ ଯହ ଢେକ୍‌ ପହର୍‌ ହେଇ ବସ୍‌ଲେ । ଖୁଜାନୁରା ମୁଲ୍‌ ହେଇଗଲା । ପାଖ୍‌ପଡ୍‌ଶା, ଆଖପାଖର୍‌ ଗାଁ ଥି ବି ରଜତଙ୍କର୍‌ ଆର୍‌ ଆତାପତା ନେଇଁ ମିଲ୍‌ଲା । ଅଧ୍‌ରାତି ଅଏଁଲାଚୁଆଁ ଗାଁ ଆଡ଼ୁ ଗୁଟେ ବଲେରୋ ପିକ୍‌ଅପ୍‌ ଗାଡ଼ି ଯଉଥିଲା ଆର୍‌ ସେ ଗାଡ଼ି ଥି ରଜତ୍‌ କେ ଦେଖ୍‌ବାର୍‌କେ ପାଇଥିଲେ ଗାଁର୍‌ ଲୁକେ । ରଜତ୍‌ଙ୍କର ପରିବାର୍‌ ପରିଜନ୍‌ ସାଙ୍ଗେ ଗ୍ରାମବାସୀ ଗାଡ଼ି କେ କୁଦେଇଥିଲେ । ମାତର୍‌କ’ ଗାଡ଼ି କେନ୍‌ ଆଡେ଼ ଉଭାନ୍‌ ହେଇଗଲା ଯେ ଆର୍‌ ଜାନି ନେଇଁ ପାର୍‌ଲେ । ବଲାଙ୍ଗିର ସଦର୍‌ ଥାନା ନେ ଲିଖିତ୍‌ ଭାବେ ରାତାରାଏତ୍‌ ଅଭିଯୋଗ୍‌ କଲେ । ପୁଲିସ୍‌ ସାଙ୍ଗେ ମେଶି କରି ଖୁଜାନୁରା ବି କଲେ । ହେଲେ କିଛି ଖୋଜ୍‌ଖବର୍‌ ନେଇଁ ପାଏଲେ ରଜତ୍‌ଙ୍କର୍‌ । ଗଲାକାଲି ସକାଲୁ ଖୁଜେନ୍‌ପାଲି ନୁ ଗୁଟେ କିଲୋମିଟର୍‌ ଧୁରିଆ ରେଲ୍‌ଲାଇନ୍‌ ପାଖେ ରଜତ୍‌ଙ୍କର ମଲାଦିହିଁ ପଡ଼ିଥିବାର୍‌ ରେଲୱେ ପୁଲିସ୍‌ ନୁ ଖବର୍‌ ପାଇଥିଲେ ପରିବାର୍‌ ଲୁକେ । ରେଲୱେ ପୁଲିସ୍‌ ମୃତଦେହ ଜବତ୍‌ କରି ପୋଷ୍ଟ ମର୍ଟମ୍‌ ଲାଗି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ କେ ପଠେଇଥିଲା । ଏଛିନ୍‌ ବି ରଜତ୍‌ଙ୍କର ମୃତ୍ୟୁର୍‌ କାରଣ୍‌ ରହସ୍ୟ ଭିତ୍‌ରେ ରହିଛେ । ଫେର୍‌ ରଜତ୍‌ ବର୍‌କାନୀ ପଞ୍ଚାୟତ୍‌ ଥି ଆଘୋ ଯୋଗାଣ ସହାୟକ୍‌ ଭାବେ କାମ୍‌ କରୁଥିଲେ । ଗଲା ଦୁଇ ମାସ୍‌ ହେଲା ସେ କାମ୍‌ ଛାଡ଼ି ଦେଇଥିଲେ । ତାଙ୍କର୍‌ ମର୍ଡର୍‌ ପଛ୍‌ଆଡେ଼ କେନ୍‌ କାରଣ୍‌ ରହିଛେ, ସେଟା ଜାନ୍‌ବାର୍‌ ଲାଗି ଲୋକ୍‌ ତନାର୍‌ ତନାର୍‌ ହଉଛନ୍‌ ।

jittmm
Leave A Reply

Your email address will not be published.