
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ପ୍ରତିଷ୍ଠାନର ଆବସିକ କଲୋନୀ ନିକଟସ୍ଥ ଅଞ୍ଚଳରେ ଅବସ୍ଥିତ ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣଙ୍କ ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ଡି. ପୁରୁଷୋତ୍ତମ ରେଡ୍ଡୀ ବୋଲି ଜଣାପଡିଛି । ମୃତ୍ୟର କାରଣ ରହସ୍ୟାବୃତ୍ତ ରହିଛି । ଏହି କଲେଜ୍ ଛାତ୍ରଙ୍କ ମୃତ୍ୟୁ ପଛରେ କଣ ରହସ୍ୟ ରହିଛି, ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ଏହାକୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବୀ ଉଠିଛି ।