ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀ ପଛପଟେ ଥିବା ରଘୁନାଥନଗରରୁ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲାଲ୍‌ଟିକ୍ରା ଅଂଚଳରେ ଚୋର ମାନଙ୍କ ଉତ୍‌ପାତ୍‌ ଦିନକୁ ଦିନ ବଢିବାରେ ଲାଗିଛି । ଗଲାକାଲି ରାତି ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀ ପଛପଟେ ଥିବା ରଘୁନାଥନଗରରେ ଚୋରି ହେଇଥିବା ଜଣାପଡ଼ିଛି । ଏଠାରେ ରହୁଥିବା ବାସିନ୍ଦା ତ୍ରିବିକ୍ରମ ଶବରଙ୍କ ଘରୁ ଚୋର୍‌ମାନେ ଏଲ୍‌ଇଡ଼ି ଟିଭି, ସୁନା, ରୂପା ଓ ନଗଦ୍‌ ଟଙ୍କା ଚୋରି କରି ନେଇଯିବା ସହ ଘରେ ଲାଗିଥିବା ସିସିଟିଭି କେମେରାକୁ ଭାଙ୍ଗି ହାର୍ଡଡିସ୍କ ବି ନେଇ ଯାଇଛନ୍ତି ବୋଲି ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ବଲାଙ୍ଗିର ଟାଉନ ପୁଲିସ ଘଟଣାସ୍ଥଳକୁ ପହଁଚି ତନାଘନା ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ତ୍ରିବିକ୍ରମ ଶବର ନିଜ ପରିବାର ସହ ତାଙ୍କ ଗାଁକୁ ଯାଇଛନ୍ତି । ତାଙ୍କ ଶଳା ମହେଶ ଗହୀର ତାଙ୍କ ଘରକୁ ସବୁଦିନେ ରାତିରେ ଶେଇବାକୁକୁ ଆସୁଥିବା ବେଳେ ଗତକାଲି ସନ୍ଧ୍ୟା ସମୟରେ ଘରେ ଏକ ସାଁପ ବାହାରିବାରୁ ଗତ ରାତିରେ ସେ ଜାଗାକୁ ଶୁଇବାକୁ ଯାଇ ନଥିଲେ । ଏହାର ସୁଯୋଗ ନେଇ ଚୋର ମାନେ ତାଙ୍କ ଉତ୍‌ପାତ୍‌ ଦେଖେଇଛନ୍ତି ଓ ଘରର ତାଲା ଭାଙ୍ଗି ଘରୁ ଗୋଟିଏ ଏଲ୍‌ଇଡ଼ି ଟିଭି, ସୁନା, ରୂପା ଓ ନଗଦ୍‌ ୫ ହଜାର ଟଙ୍କା ନେଇ ଫେରାର୍‌ ମାରିଛନ୍ତି । ଖାଲି ଏତିକି ନୁହେଁ, ସେ ଜାଗାରେ ଲାଗିଥିବା ସିସିଟିଭି କେମେରାକୁ ଭାଙ୍ଗି ଦେଇ ହାର୍ଡଡିସ୍କ ବି ନେଇ ଯାଇଛନ୍ତି ଚୋରମାନେ ।

Leave A Reply

Your email address will not be published.