oom

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଜଣେ ଦକ୍ଷ ଅନୁଭୂତି ସମ୍ପନ୍ନ ବ୍ୟକ୍ତିତ୍ଵ ଭାବେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରାଧାକନ୍ତ ନାୟକ ବେଶ୍ ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଦୀର୍ଘ ୨୫ ଧରି ସେ ନିଜର କର୍ତ୍ତବ୍ୟ ବୋଧକୁ ସୂଚାରୁ ରୂପେ ସଂପାଦନ କରି ଆସୁଛନ୍ତି । ତାଙ୍କର ଦିଗଦର୍ଶନ, ଉତ୍ତମ ବ୍ୟକ୍ତିତ୍ଵ ଓ ବଳିଷ୍ଠ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସଫଳ ହାସଲ କରିଛନ୍ତି । ବିଗତ ଦିନରେ ତାଙ୍କରି ଦିଗ୍ ଦର୍ଶନରେ ଅନୁପ୍ରେରିତ ଓ ପ୍ରଭାବିତ ହୋଇ ଜାପାନରେ ଅନୁଷ୍ଠିତ ବିଶ୍ୱ ସମ୍ମିଳନୀରେ ଯୁବଛାତ୍ର ଅଭିଷେକ ସାମନ୍ତରାୟ ପାଣିପାଗ ପରିବର୍ତ୍ତନ ସଂପର୍କିତ ପ୍ରସଙ୍ଗ ଉପସ୍ଥାପନ କରି ସଫଳତା ହାସଲ କରିଛନ୍ତି । ସର୍ବୋପରି ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ଅଭିଜ୍ଞତା ଓ ଦକ୍ଷତାକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗପତ୍ର ସଂଖ୍ୟା ୪୨୯୨୫/ ତା ୨୯.୧୦.୨୪ ମୁତାବକ ତାଙ୍କୁ ଆସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି ମିଳିଛି । ଏଥିପାଇଁ ଡ଼ଃ. ନାୟକଙ୍କୁ ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଡ଼ଃ. ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ,ବୁଦ୍ଧିଜୀବି ପ୍ରଶଂସକ ଶୁଭେଚ୍ଛୁକଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ସାଧୁବାଦ ଜଣାଇଛନ୍ତି ଏବଂ ତାଙ୍କରି କୃତୀତ୍ଵ ପାଇଁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଅ ଛୁଟି ଚାଲିଥିବା ଦେଖାଦେଇଛି ।

jittmm
Leave A Reply

Your email address will not be published.