jayashree

‘ରଚନା’ର ନୂତନ କର୍ମକର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ ‘ରଚନା’ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଗତ ଆର୍ଥିକ ବର୍ଷର ଆୟବ୍ୟୟ ବିବରଣୀ ଓ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ସହିତ ୨୦୨୪-୨୮ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଛି । ସନାତନ ଠାକୁର ସଭାପତି, ଆନନ୍ଦ ଚନ୍ଦ୍ର ସାହୁ ଉପସଭାପତି, ଭାଗିରଥୀ ମିଶ୍ର ସମ୍ପାଦକ, ରତ୍ନମୟ ତ୍ରିପାଠୀ ସହ ସମ୍ପାଦକ ଓ ମୃଗେଶ ବୈଷ୍ଣବ ପାଣିଗ୍ରାହୀ କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀମତୀ ବନ୍ଦନା ପଟ୍ଟନାୟକ, ନବୀନ କୁମାର ସାହୁ, ଜୟ କୁମାର ଆଚାର୍ଯ୍ୟ, ସସ୍ମିତା ନେପାକ ଓ ଜଗନ୍ନାଥ ସାହୁ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ପୂର୍ବ ପରି ପ୍ରଦୀପ କୁମାର ମିଶ୍ର, ସୁଜିତ କୁମାର ଶତପଥୀ, ଜିତେନ୍ଦ୍ରିୟ ତ୍ରିପାଠୀ ଓ ମୃଗେଶ ବୈଷ୍ଣବ ପାଣିଗ୍ରାହୀ ‘ରଚନା’ ଦ୍ଵାରା ପ୍ରକାଶିତ ମାସିକ ଡିଜିଟାଲ ପତ୍ରିକା ‘ଶବ୍ଦଜ୍ୟୋତି’ର ସମ୍ପାଦନା ଦାୟିତ୍ଵ ନିର୍ବାହ କରିବେ । ଆଗାମୀ ସମୟରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ବିଭିନ୍ନ ସଂଘ ଓ ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ଜନପ୍ରତିନିଧିଙ୍କ ସହଯୋଗରେ ଆହୁରି ବ୍ୟାପକ କାର୍ଯ୍ୟକ୍ରମମାନ କରାଯାଇ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ସମାଜ-ସାହିତ୍ୟ-ସଂସ୍କୃତି ପ୍ରତି ଆକୃଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.