କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ହିଆଁଲ ପଂଚାୟତ ମାଲପାମୁଣ୍ଡା ଗାଁ ରାସ୍ତାରେ ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଘଟଣାର ସାକ୍ଷ୍ୟ ପ୍ରମାଣ ପରେ ମଙ୍ଗଲବାର କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ହିଆଁଲ ଗ୍ରାମର ବନଗୁଲା ଗଏଁତା ସେହି ଗାଁର କ୍ଷେତ୍ରୀ ସଗରିଆଙ୍କୁ ମାଲପାମୁଣ୍ଡା ଗାଁ ରାସ୍ତାରେ ନିର୍ମମ ଭାବେ ଗତ ୨୦୨୧ ମସିହାରେ ହତ୍ୟା କରିଥିଲେ । ଏହି ହତ୍ୟା ଘଟଣା ଉପରେ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିଂମାଶୁ ଶେଖର ମଲ୍ଲିକ ସାକ୍ଷ୍ୟମାନଙ୍କ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ବନଗୁଲା ଗଏଁତାଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଓ ଦଫା ୨୦୧ରେ ୭ ବର୍ଷ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନା ସଜା ଶୁଣାଇଥିବା ବେଳେ ଜୋରିମାନା ଅନାଦେୟ ହେଲେ ଆହୁରି ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଣାପଡିଛି ।

Leave A Reply

Your email address will not be published.