oom

ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗତକାଲି ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ବୈକୁଣ୍ଠ ନାଥ ଶବର, ସମ୍ମାନୀୟ ଅତିଥି ଭାବେ ଏବିଇଓ ଜୟନ୍ତ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଶିକ୍ଷା ବିଷୟରେ ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗ ଭାବେ କୁଇଜ ପ୍ରତିଯୋଗିତା ହୋଇଥିଲା । କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ବେବି ରଣା, ଦ୍ୱିତୀୟ ବୁଢିପଦର ୟୁପିଏସ ପ୍ରତିଜ୍ଞା ପୁଟେଲ, ଗନ୍ଧର୍ଲା ୟୁପିଏସ୍‌ର ଛାତ୍ରୀ ଅନନ୍ୟା ବାଗ, ବରିଷ୍ଠ ବିଭାଗରେ ଭୂଷଲାଡ ଏନୟୁପିଏସ୍‌ର ଛାତ୍ର ବିବେକ ସାହୁ, ଦ୍ୱିତୀୟ ଭୂଷଲାଡ ଏନୟୁପିଏସ୍ ଗୋପାଲ ବେହେରା, ତୃତୀୟ ସ୍ଥାନ ଅର୍ଶାତୁଲା ଏନୟୁପିଏସ୍‌ର ଛାତ୍ର ରୋଶନ ସୁନା ପ୍ରମୁଖ କୃତିତ୍ୱ ଅର୍ଜନ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ ବଙ୍ଗୋମୁଣ୍ଡା ସିଆର୍‌ସିସି ଜିତାମିତ୍ର ବିଶି ପରିଚାଳନା କରିଥିଲେ । ଏଥିରେ ନଲ ଭୋଇ, ଜଗମୋହନ ଛୁରା, ଭଜମନ ବିଶ୍ୱାଲ, ଭାସ୍କର ଜାଲ, ରଘୁମଣୀ ତାଣ୍ଡି, ଶିକ୍ଷକ ଜୟଦୀପ ତାଣ୍ଡିଆ, ଜୟକୃଷ୍ଣ ସରାଫ ପ୍ରମୁଖଙ୍କ ସହ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.