ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ଜାତୀୟ ହେରିଟେଜ କ୍ୱିଜ ଆୟୋଜିତ

ବଲାଙ୍ଗିର, (କେପିଏ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୪ ଅଗଷ୍ଟ ଦିନ ସ୍ଥାନୀୟ ପି.ପି ଏକାଡେମୀଠାରେ ଜିଲ୍ଲା ବିଦ୍ୟାଳୟସ୍ତରୀୟ “ଜାତୀୟ ହେରିଟେଜ କ୍ୱିଜ଼” ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୭ଟି ସ୍କୁଲରୁ ୬୨ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଦୁଇଟି ରାଉଣ୍ଡରେ ଏହି ପ୍ରତିଯୋଗିତା ହୋଇଥିଲା । ପ୍ରଥମ ରାଉଣ୍ଡ ଲେଖା ଓ ଦ୍ଵିତୀୟ ରାଉଣ୍ଡ ମୌଖିକ ହୋଇଥିଲା । ଏଥିରେ ଇଣ୍ଟାକ ବଲାଙ୍ଗିର ଶାଖାର ସଂଯୋଜକ ଡଃ. ଶିବ ପ୍ରସାଦ ନନ୍ଦ କ୍ୱିଜ଼ ମାଷ୍ଟର ରୂପେ ଏହାକୁ ପରିଚାଳନା କରିଥିଲେ । ଶେଷରେ ପୁରସ୍କାର ବିତରଣ ଉତ୍ସବରେ ଇଣ୍ଟାକ ବଲାଙ୍ଗିର ଶାଖା ସଂଯୋଜକ ଡଃ. ଶିବ ପ୍ରସାଦ ନନ୍ଦ ଓ ସହ ସଂଯୋଜକ ଶଶୀଭୁଷଣ ପୁରୋହିତ ଅତିଥି ରୂପେ ଯୋଗଦେଇ ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ । ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟର ଅନିକେତ ତ୍ରିପାଠୀ ଓ ଦୁର୍ଲଭ ପୁହାଣଙ୍କ ଗ୍ରୁପ ପ୍ରଥମ ଓ ଆଇ.ଡି.ଏମ. ପବ୍ଲିକ ସ୍କୁଲର ସାନଭୀ ନାୟକ ଓ ସର୍ବେଶ ମେହେରଙ୍କ ଗ୍ରୁପ ଦ୍ଵିତୀୟ ବିଜେତାରୂପେ ଟ୍ରଫି ଓ ପ୍ରମାଣ ପତ୍ର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ଶେଷରେ ସହ ସଂଯୋଜକ ଶଶୀଭୂଷଣ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଇଣ୍ଟାକର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଭା ସଂଯୋଜନା କରିଥିଲେ ଓ ଇଣ୍ଟାକର ଆଜୀବନ ସଭ୍ୟ ସଂଜୀବ ନାଏକ ଓ ରିଙ୍କୁ ପାତ୍ର ଆୟୋଜନରେ ସହଯୋଗ କରିଥିଲେ । ଏଥିରେ ପ୍ରଥମ ହୋଇଥିବା ଗ୍ରୁପ ଆସନ୍ତା ମାସରେ ଭୁବନେଶ୍ୱର ଠାରେ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଇଣ୍ଟାକର ସଂଯୋଜକ ଶ୍ରୀ ନନ୍ଦ ସୂଚନା ଦେଇଥିଲେ ।

Leave A Reply

Your email address will not be published.