ଛତୁ ପାଇଁ ହତ୍ୟାକାଣ୍ଡ : ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା

ବରଗଡ, (ମୁନ୍ନା ସାହୁ) : ଛତୁ ପାଇଁ ହତ୍ୟାକାଣ୍ଡ । ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦାଦାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପଦ୍ମପୁର ଥାନା ଅନ୍ତର୍ଗତ ପଥୁରୀ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ଥାନା ପଥୁରୀ ଗାଁର ବିଶିକେଶନ ନାଗ ତାଙ୍କ ବିଲରେ ଛତୁ ଚାଷ କରିଛନ୍ତି । ରବିବାର ଦିନ ସନ୍ଧ୍ୟା ସମୟରେ ବିଲରୁ ଫେରିଲା ପରେ ଛତୁ ଚୋରି ହୋଇଥିବା ବା ନଷ୍ଟ ହୋଇଥିବା ବିଶିକେଶନ ପାଟି କରିଥିଲେ । ପରେ ତାଙ୍କ ପୁତୁରା ପୁଚୁ ନାଗ ଓରଫ ଶଶିଭୂଷଣ ନାଗଙ୍କ ମଧ୍ୟରେ ବଚସା ହୋଇଥିଲା । ଆଜି ସକାଳୁ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ପୂର୍ବାହ୍ଣରେ ପୁତୁରା ଦାଦାଙ୍କୁ ଆକ୍ରମଣ କରିଥିଲା । ବିଶିକେଶନ ତାଙ୍କ ଜ୍ୱାଇଁଙ୍କୁ ଡାକି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ସେହି ସମୟରେ ପୁତୁରା ଜଣକ ପୁଣି ଖୁଡି ବେଲମତି ଓ ଭଉଣୀ ସାବିତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଖୁଡି ଓ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ପରେ ଅଭିଯୁକ୍ତ ନିଜେ ଯାଇ ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛି । ଏ ବିଷୟରେ ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.