କବି ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ ପାଇଲେ ଯୁବ କବି ପୁସ୍ତମ ଯୁଆଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ‘କୋଶଳ ପ୍ରବାହ’ର ୨୨ତମ ଜନ୍ମ ଉତ୍ସବ ପାଳନ ଅବସରରେ କବି ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ ପାଇଛନ୍ତି ଯୁବ କବି ପୁସ୍ତମ ଯୁଆଡ଼ି । ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ସମୟରେ ‘କୋଶଳ ପ୍ରବାହ’ ପରିବାରର ପ୍ରତିଷ୍ଠାତା ସଦସ୍ୟ ବିଶିଷ୍ଟ କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଦେହାନ୍ତ ହୋଇଥିଲା । ତେବେ ତାଙ୍କ ନାମରେ ପ୍ରତ୍ୟେକ ଜନ୍ମ ଉତ୍ସବ ପାଳନ ଅବସରରେ ‘କୋଶଳ ପ୍ରବାହ’ ପକ୍ଷରୁ ଜଣେ ଉଦୀୟମାନ କୋଶଲୀ କବିଙ୍କୁ ସମ୍ମାନିତ କରାଯିବ ବୋଲି ସେତେବେଳେ ଘୋଷଣା କରାଯାଇଥିଲା । ସେହି କ୍ରମରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ‘କବି ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି ଯୁବ କବି ପୁସ୍ତମ ଯୁଆଡ଼ିଙ୍କୁ । କବି ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତି ରକ୍ଷା ପାଇଁ ‘କୋଶଳ ପ୍ରବାହ’ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂପାଦକ ଆନଂଦ ଚଂଦ୍ର ସାହୁ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.