oom

ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା : ପୁସ୍ତକ ପଠନର ଭାବ ଲୋକଙ୍କୁ ଜୀବନାନ୍ବେଷୀ କରୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍) : ଆଧୁନିକ ଯୁଗରେ ପଠନ ଅଭ୍ୟାସ କମିଯାଉଛି। ଫଳରେ ଲୋକଙ୍କ ଭିତରେ ଜୀବନ ଅନ୍ବେଷଣ ଭାବ ନାହିଁ। ଲୋକେ ଏକ ଗତାନୁଗତିକ ଧାରାରେ ବଂଚୁଛନ୍ତି। ପୁସ୍ତକ ପଠନର ଅଭ୍ୟାସ ବଢିଲେ ଜୀବନବୋଧ ବଢିବ। ନିରାଶା ଭାବ ଆଉ ଲୋକଙ୍କ ଭିତରେ ଆସିବ ନାହିଁ ବୋଲି କହିଛନ୍ତି ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର । ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା ଆରମ୍ଭ ହୋଇଥିଲା ବହୁଭାଷୀ କବିତା ପାଠୋତ୍ସବରୁ। ଦୀଲିପ କୁମାର ମିଶ୍ର, ନିରୁପମା ଉଦଗାତା, ଲିଲି ପଟେଲଙ୍କ ସଂଯୋଜନାରେ ଅର୍ଧଶତାଧିକ କବି କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ସନ୍ଦୀପ କୁମାର କୁଅଁରଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ସଂଧ୍ୟାକାଳିନ ସଭାରେ ସଂଗୀତସାଧକ ଗବେଷକ ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର ବରେଣ୍ଯ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲା ଲେଖକ ପରିଷଦର ସଂପାଦକ କପିଳେଶ୍ଵର ଖମାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ହୃଷୀକେଶ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହିଅବସରରେ ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ରଙ୍କ ଲିଖିତ କବିତା ସଂକଳନ ଅନ୍ତର କଥା ଲୋକାର୍ପିତ ହୋଇଥିଲା । ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ବେତା ମହାନ୍ତି ଓ ରିଙ୍କି ତ୍ରିପାଠୀ । ଖୁସି ଡେନ୍ସ ଏକାଡେମୀର ପରିବେଶ ସଚେତନତାଧର୍ମୀ ଲୋକନୃତ୍ଯ, ଦିବ୍ଯାଂଶୀ ବାଗ , ସିଡିଏ, କଟକର ଓଡିଶୀ ନୃତ୍ୟ ଓ ବର୍ଣ୍ଣାଳୀ ଡେନ୍ସ ଗ୍ରୁପଙ୍କ ଲୋକନୃତ୍ଯ ପରିବେଶିତ ହୋଇଥିଲା।

jittmm
Leave A Reply

Your email address will not be published.