ଅସୀତ ମହାନ୍ତି ପାଇବେ ପୁସ୍ତକ ମେଳା ପୁରସ୍କାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ଭୟାବହତାରୁ ମୁକୁଳିବା ପରେ ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ପୁରୀ ଶରଧାବାଲିରେ ୨୭ତମ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି । ଜାନୁଆରୀ ୩ ରୁ ଆରମ୍ଭ ହେଉଥିବା ଏହି ପୁସ୍ତକ ମେଳା ୧୦ଦିନ ଅର୍ଥାତ୍ ଜାନୁଆରୀ ୧୨ ପର୍ଯ୍ୟନ୍ତ ଚାଲିବ । ଦିନ ଦୁଇଟାରୁ ରାତି ୯ଟା ୩୦ ଯାଏଁ ପୁସ୍ତକ ମେଳା ଖୋଲା ରହିବ । ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନର ସହଯୋଗରେ ହେଉଥିବା ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ସୁଦୂର ଦିଲ୍ଲୀରୁ ୫୦ରୁ ଅଧିକ ପ୍ରକାଶକ ଯୋଗ ଦେଉଥିବା ବେଳେ ୧୪୦ରୁ ଅଧିକ ଷ୍ଟଲ ପଡ଼ିବାର ସମ୍ଭାବନା ରହିଛି । ଏହି ମେଳାରେ ପ୍ରତିଦିନ କୁଇଜ୍, ସାଂସ୍କୃତିକ କାର୍ୟ୍ୟକ୍ରମ, ସାହିତ୍ୟ ଆମର ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଚଳିତ ବର୍ଷ ଗବେଷଣା କ୍ଷେତ୍ରରେ ଗବେଷକ ସିଦ୍ଧେଶ୍ୱର ମହାପାତ୍ର, ସାହିତ୍ୟ କ୍ଷେତ୍ରରେ ଗାଳ୍ପିକ ପ୍ରସନ୍ନ ମହାନ୍ତି, ପ୍ରକାଶନ କ୍ଷେତ୍ରରେ କନକ ବୁକ୍ସ ଡିଷ୍ଟିବ୍ୟୁଟର, ନୂଆଦିଲ୍ଲୀଙ୍କୁ ପୁସ୍ତକ ମେଳା ସମ୍ମାନ ଦିଆଯିବ । ଏହା ସହିତ ଓଡ଼ିଶାରେ ଗବେଷଣା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅସୀତ୍ ମହାନ୍ତିଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯିବ ।

Leave A Reply

Your email address will not be published.