oom

ଫ୍ରାଙ୍କଫର୍ଟ ଅର୍ନ୍ତଜାତୀୟ ପୁସ୍ତକ ମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀ

jsmm

ନୂଆଦିଳ୍ଳୀ, (କେପିଏନ୍‌ଏସ୍‌) : ଭାରତର ପ୍ରମୁଖ ସାହିତ୍ୟ ପ୍ରତିଷ୍ଠାନ ସାହିତ୍ୟ ଏକାଡେମୀ ୧୬ ରୁ ୨୦ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଜର୍ମାନୀର ଫ୍ରାଙ୍କଫର୍ଟରେ ଆୟୋଜିତ ହେବାକୁ ଥିବା ସମ୍ମାନ ଜନକ ଫ୍ରାଙ୍କଫର୍ଟ୍ ଅର୍ନ୍ତଜାତୀୟ ପୁସ୍ତକ ମେଳାର ୭୫ ତମ ସଂସ୍କରଣରେ ଅଂଶଗ୍ରହଣ କରୁଛି । ପୁସ୍ତକ କ୍ଷେତ୍ରରେ ବିଶ୍ୱର ସର୍ବ ବୃହତ ବାଣିଜ୍ୟ ମେଳା ଫ୍ରାଙ୍କଫର୍ଟର ବୁକମେସେରେ ବିଶ୍ୱର ସର୍ବୋତ୍ତମ ପ୍ରକାଶକ ଏବଂ ଲେଖକମାନେ ଯୋଗ ଦେଇଥାନ୍ତି । ୧୩୦ଟି ଦେଶର ୧୭ ହଜାରରୁ ଅଧିକ ପ୍ରକାଶକ, ଲେଖକ, ବିତରକ ଓ ସାହିତ୍ୟ ପ୍ରେମୀ ଏହି ମେଳାରେ ଯୋଗ ଦେବେ । ଏଥର ସାହିତ୍ୟ ଏକାଡେମୀ ନିଜର ୧୦୦ ଟି ପୁସ୍ତକ ପ୍ରଦର୍ଶନ କରିବ ଏବଂ ଅନୁମତି ବିନିମୟ (କପିରାଇଟ) ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ସର୍ବୋତ୍ତମ ପ୍ରକାଶକଙ୍କ ସହ ବିନିମୟ କରିବ। ଏହି ପ୍ରୟାସ ଭାରତ ବାହାରେ ଭାରତୀୟ ସାହିତ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସାହିତ୍ୟ ଏକାଡେମୀର ପ୍ରତିବଦ୍ଧତାର ଏକ ଅଂଶ । ପୁସ୍ତକ ପ୍ରକାଶନ ବ୍ୟତୀତ ସାହିତ୍ୟ ଏକାଡେମୀ ମେଳାରେ ୩ଟି ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜନ କରିବ । ୧୬ ଅକ୍ଟୋବରରେ “ଭାରତର ସାରସ୍ୱତ” ଉପରେ ବିଶିଷ୍ଟ ଲେଖକ ତଥା ବିଦ୍ୱାନ ପ୍ରଫେସର ବଦ୍ରି ନାରାୟଣ, ପ୍ରଫେସର ଧନଞ୍ଜୟ ସିଂ ଏବଂ ବିଶ୍ୱାସ ପାଟିଲଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ସେହିଦିନ ସନ୍ଧ୍ୟାରେ ବିଶ୍ୱାସ ପାଟିଲଙ୍କ ସହ “ଲେଖକଙ୍କ ସହ ସାକ୍ଷାତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଭୟ କାର୍ଯ୍ୟକ୍ରମକୁ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ ଶ୍ରୀନିବାସ ରାଓ ପରିଚାଳନା କରିବେ । ୧୭ ତାରିଖରେ ଲେଖକ ପ୍ରଫେସର ବଦ୍ରି ନାରାୟଣଙ୍କ ସହ ଲେଖକଙ୍କ ସହିତ ସାକ୍ଷାତ କାର୍ଯ୍ୟକ୍ରମ ହେବ । ସୂଚନାଯୋଗ୍ୟ ଯେ, ସାହିତ୍ୟ ଏକାଡେମୀ ଭାରତୀୟ ଲେଖକଙ୍କ ପ୍ରତିନିଧିମାନଙ୍କୁ ଏହି ମେଳାରେ ଯୋଗଦେବା ପାଇଁ ପଠାଇଥାଏ । ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଲେଖକ ଲେଖିକାଙ୍କ ସହ ଭାରତୀୟ ଲେଖକମାନେ ଭାବ ବିନିମୟ କରିଥାନ୍ତି ।

jittmm
Leave A Reply

Your email address will not be published.