ସେବକଙ୍କ ପୁସ୍ତକ ଦ୍ୱୟ ଲୋକାର୍ପଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ମହାବୀର ଧର୍ମଶାଳାରେ ଲେଖକ ସେବକ ଚରଣ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଛି । ଅବସରପ୍ରାପ୍ତ ଶିକ୍ଷକ ସେବକ ଚରଣ ଦାସଙ୍କ ଆତ୍ମଜୀବନୀ “ସମୟର ବେଳାଭୂମି ” ଏବଂ ଅନ୍ୟଏକ ଇଂରାଜୀ କବିତା ପୁସ୍ତକ ” ଡ଼ାଇମଣ୍ଡ ପିଟେଲସ ” ଦୁଇଟି ପୁସ୍ତକର ଲୋକାର୍ପଣ କରିଛନ୍ତି । ସେବକ ଚରଣ ଦାଶ ଜୁଲାଇ ୧ ତାରିଖ ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ନାଁ ଖେଡୁ ଦାଶ ଓ ମାଁ ଙ୍କ ନାଁ କିଶୋରୀ ଦାଶ । ତାଙ୍କର ଶିକ୍ଷାଗତ ରାଷ୍ଟ୍ରଭାଷା କୋବିଦ, ବିଏଡ, ଏମ ଏଡ୍, ଏମ ଏ ଇତିହାସରେ । ୧୯୬୮ ମସିହାରେ ଶିକ୍ଷକତା ଆରମ୍ଭ କରି ୨୦୦୬ ମସିହାରେ ଟିଟିଲାଗଡ଼ର ହିନ୍ଦୀ ହାଇସ୍କୁଲରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ସ୍ଥାନୀୟ ମାଧ୍ୟମିକ ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି । ଶିକ୍ଷକତା ସମୟରୁ ସେ ବିଭିନ୍ନ ପତ୍ର ପତ୍ରିକାରେ କବିତା ଓ କାହାଣୀ ଲେଖି ଆସୁଛନ୍ତି । ଅବସର ପରେ ତାଙ୍କ ଲେଖିଥିବା ପୁସ୍ତକ ଗୁଡ଼ିକ ହେଲା ବସନ୍ତର ଝଡ଼ (ଓଡ଼ିଆ କବିତା ସଂକଳନ) , ଜୁଏ (କୋଶଳୀ କବିତା ସଂକଳନ), ପହ୍ନା, ଆଘର ଲୋକକେ ହେତୁ ରଖିଥା, ଉଦିନିଆଁ ପାଏନ୍ , ନିଦାଘର ମଳୟ, ଧୁକାଗରେଲ, ଅନୃଣୀ, ବହୁବର୍ଣ୍ଣା, ମୁକ୍ତା ଏକ ବେଳାଭୂମିର, ଭାବକୁ ନିକଟ, ମାନସ ମନ୍ଥନ, ଆଶାର ଉଚ୍ଛାସ, ଉହୁଁ, ଅକ୍ଷରବୋଧ, ପ୍ରେମ-ଆରାଧନା ଆଦି ପ୍ରକାଶିତ ହେବା ପରେ ଆଜି ଡ଼ାଇମଣ୍ଡ ପିଟେଲସ ଓ ସମୟର ବେଳାଭୂମି ପ୍ରକାଶିତ ହୋଇଛି । ଆଜିର ଏହି ପୁସ୍ତକ ଉନ୍ମୋଚନ ସଭାରେ ସେବକ ଚରଣ ଦାସ ତାଙ୍କ ବାଲ୍ୟଗୁରୁଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ସଭାରେ ରାଜୀବ ଲୋଚନ ପାଢ଼ୀ, ଜଗନ୍ନାଥ ପଣ୍ଡା, ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ, ଅଶ୍ଵିନୀ କୁମାର ମହାନ୍ତି, ଡକ୍ଟର ବିନୋଦ ବିହାରୀ ଜାଲ, ଡକ୍ଟର ଗୋବର୍ଦ୍ଧନ ସାହୁ, ଡକ୍ଟର ଅଜାମ୍ବର ମଲ୍ଲ, ଡକ୍ଟର ଛାୟାକାନ୍ତ ଷଡଙ୍ଗୀ, ଡକ୍ଟର ଦୋଳଗୋବିନ୍ଦ ବିଶୀ, ରବି କିରଣ ସ୍ଵାଇଁ, କୃଷ୍ଣଚନ୍ଦ୍ର ସାହୁ, ବିଭାସ ଚନ୍ଦ୍ର କୁଣ୍ଡୁ ପ୍ରମୁଖ ମଞ୍ଚାସୀନ ଥିଲେ । ଜ୍ୟୋତି ପ୍ରକାଶ ଗଡତୀଆ ସଭା ପରିଚାଳନା କରିଥିବା ବେଳେ ବୃନ୍ଦାବନ ଷଡ଼ଙ୍ଗୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.