ଓସାକା ହାଇଦ୍ରାବାଦ ପକ୍ଷରୁ ନବପ୍ରଭାତ ଗୁରୁକୁଳ ଆଶ୍ରମକୁ ପୁସ୍ତକ ବଣ୍ଟନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ନୂଆଁଖାଇ ଅବସରରେ ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ‘ଓସାକା’ର କର୍ମକର୍ତ୍ତା ମାନେ ବରଗଡ ଜିଲ୍ଲାର ନୂଆଁପାଲି (କନ୍‌ସିଂହା) ସ୍ଥିତ ନବପ୍ରଭାତ ଗୁରୁକୁଳ ଆଶ୍ରମ ପରିଦର୍ଶନ କରିଥିଲେ । ଏହି ଅବସରରେ ଆଶ୍ରମର ଗ୍ରନ୍ଥାଗାରକୁ ୩୩ ଖଣ୍ଡ ବିଭିନ୍ନ ପୁସ୍ତକ ଓସାକା ତରଫରୁ ପ୍ରଦାନ କରାଯାଇଥିଲା । ଆଶ୍ରମର ମୁଖ୍ୟ ସଂଚାଳକ ଭଗବାନ ଦେବ ଏବଂ ଅଧ୍ୟକ୍ଷ ଆଚାର୍ଯ୍ୟ ବୃହସ୍ପତି ଓସାକା ସଦସ୍ୟ ମାନଙ୍କର ଆଶ୍ରମ ପରିଦର୍ଶନ କରିବାରେ ସହାୟତା କରିଥିଲେ । ବୈଦିକ ଭାଷା ସଂସ୍କୃତରେ ଶିକ୍ଷାଦାନ କରାଯାଉଥିବା ଏହି ଅନୁଷ୍ଠାନ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଅନୁଷ୍ଠାନ ରୂପରେ ପ୍ରସିଦ୍ଧି ଲାଭ କରିଛି । ଓସାକା ପକ୍ଷରୁ ସଭାପତି ରାମକୃଷ୍ଣ ବାରିକ, ସଦସ୍ୟ ଅନନ୍ତ ବିଶ୍ୱାଲ, ଭବେନ୍ଦ୍ର ପ୍ରଧାନ, ରଞ୍ଜନ କୁମାର, ମୁକେଶ ସାହୁ ପ୍ରମୁଖ କର୍ମକର୍ତ୍ତା ଆଶ୍ରମର ଅନ୍ତେବାସୀ ତଥା ଛାତ୍ରମାନଙ୍କୁ ଉତ୍ସାହ ପ୍ରଦାନ କରିଥଲେ ।

Leave A Reply

Your email address will not be published.