lika

ପୁରୀରେ ମଠାନୁଷ୍ଠାନ ସମ୍ପର୍କିତ ଇଂରାଜୀ ପୁସ୍ତକ ଉନ୍ମୋଚିତ

gbag

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଓ ମଠ ସଂସ୍କୃତିର ବରିଷ୍ଠ ଲେଖକ ଡକ୍ଟର ଭାସ୍କର ମିଶ୍ରଙ୍କ ଦ୍ୱାରା ରଚିତ ‘ମଠଜ୍‌ ଇନ୍‌ ଶ୍ରୀ ଜଗନ୍ନାଥ ପୁରୀ’ ଇଂରାଜୀ ପୁସ୍ତକ ରବିବାର ସୋଆ କାର୍ଯ୍ୟାଳୟଠାରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ ଉଦ୍‌ଘାଟକ ରୂପେ ଯୋଗଦେଇ ପ୍ରକାଶ କରିଥିଲେ ଯେ, ଓଡ଼ିଶାର ଏହି ପ୍ରାଚୀନ ସଂସ୍କୃତିର ଅନାଲୋଚିତ ତଥ୍ୟକୁ ଡଃ ମିଶ୍ର ପୁସ୍ତକ ମାଧ୍ୟମରେ ଆଣିପାରୁଥିବାରୁ ରାଜ୍ୟ ତଥା ଦେଶ ବାହାରର ବହୁ ପାଠକ, ଗବେଷକ ଉପକୃତ ହୋଇପାରିବେ ।

ଶ୍ରୀକ୍ଷେତ୍ରରେ ମଠାନୁଷ୍ଠାନର ଉତ୍ପତ୍ତି, ବିଭିନ୍ନ ସମ୍ପ୍ରଦାୟର ଉପାସନା ପରମ୍ପରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାପୂଜା, ଉତ୍ସବାଦି ସହ ଭିନ୍ନ ଭିନ୍ନ ସମ୍ପ୍ରଦାୟର ମଠ ଗୁଡ଼ିକ କିପରି ଭାବେ ସମ୍ପୃକ୍ତ ଏଥିନେଇ ଇଂରାଜୀରେ ଏକ ପୁସ୍ତକ ପ୍ରକାଶ ପାଇଛି । ଗ୍ରନ୍ଥ ଉନ୍ମୋଚନ ଉତ୍ସବରେ ରଚୟିତା ଡଃ ଭାସ୍କର ମିଶ୍ର, ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଦଇତାପତି ତଥା ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀମନ୍ଦିର ବଡ଼ୁ ସୁଆର ନିଯୋଗର ସଭାପତି ବିଶ୍ୱନାଥ ସାମନ୍ତରା, ଆଇଟିଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.