jayashree

ବାସନ୍ତିକ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ଚଂଗରିଆ, (କେପିଏନ୍‌ଏସ୍‌) : ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟ ଚଂଗରିଆଠାରେ ବାସନ୍ତିକ ସାହିତ୍ୟ ଆସର ସଭାପତି ଶୁସିଳ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡରୁ ମୁଖ୍ୟ ଅତିଥି ଭାବେ ସୁନାମଧନ୍ୟ କବି ଭିକାରୀ ଚରଣ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଲାଠୋର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ପଧାନ ଯୋଗ ଦେଇଥିଲେ ଓ ମୁରିବାହାଲରୁ ଦିଲୀପ ପସାୟତ, ଜବାହରଲାଲ ମହାବିଦ୍ୟାଳୟ ପାଟଣାଗଡର ଓଡିଆ ଅଧ୍ୟାପକ ଡକ୍ଟର ନକୁଳ ମେହେର, ପାଟଣାଗଡରୁ ଅବସରପ୍ରାପ୍ତ ଶିକ୍ଷକ ମୁରଲୀଧର ଷଡଙ୍ଗୀ ଓ କଲେଜର ପରିଚାଳନା ନିର୍ଦେଶକ କ୍ଷିରୋଦ୍ର ଷଡଙ୍ଗି ସମ୍ମାନିତ ଅତିଥି ଭାବେ ଦେଇଥିଲେ । ଭାଷା ସାହିତ୍ୟର ଉନ୍ନତି ପାଇଁ ନୂଆ ପିଢିର କବିମାନେ ଅଧିକ ସାଧନା ତଥା ଅଧ୍ୟୟନ କରିବା ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଆମ ଅଞ୍ଚଲରେ ଶୈକ୍ଷିକ ଭାଷା ଆମ ମାତୃଭାଷାର ପରିପ୍ରକାଶରେ ଗତିରୋଧ କରୁଥିବାରୁ ସେତେ ଧୀର ଗତିରେ ପ୍ରସାର ହେଉଛି ବୋଲି ବକ୍ତାମାନେ କହିଥିଲେ । ଏହା ସହ ସବୁ ଲେଖାଟି ବ୍ୟକ୍ତି ଦ୍ୱାରା ଆଦୃତ ହେଲେ ତାର ମର୍ମକୁ ବୁଝି ହୋଇଥାଏ ବୋଲି ମୁଖ୍ୟ ବକ୍ତା ମତ ପୋଷଣ କରିଥିଲେ । କବି ଭିକାରୀ ଚରଣ ମିଶ୍ରଙ୍କ ଦୁଇଟି କବିତା ପୁସ୍ତକ “ସମୟ ଅସମୟ” ଓ “ଛାଇ ପାଇଁ ସକାଳଟିଏ” ଅତିଥି ମାନଙ୍କ ଗହଣରେ ଉନ୍ମୋଚିତ ହୋଇଥିଲା । ମହାବିଦ୍ୟାଳୟ ତରଫରୁ ଭିକାରୀ ଚରଣ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜ୍ୟୋତି ପ୍ରକାଶ ଗଡତ୍ୟା ପରିଚାଳନା କରିଥିବା ବେଳେ ଧରମ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନେକ କବି ତଥା ଛାତ୍ରଛାତ୍ରୀ କବିତା ପାଠ କରିଥିଲେ । ମହାବିଦ୍ୟାଳୟର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.