om academy

ନିରବୀ ଗଲା ପୁଷ୍ପାଞ୍ଜଳିଙ୍କ ପ୍ରେରଣାର ସ୍ୱର

jsm

ବରଗଡ, (ନିରୋଜ କୁମାର ପାଣୀ) : ସକାଳ ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀ ନାରୀଙ୍କ କ୍ଷେତ୍ରରେ ନିଆରା । ଏମିତି ଜଣେ ମହିଳା ଥିଲେ ଏନ୍‌ଏସି ୱାର୍ଡ ନମ୍ୱର୍ ୧୦ ରେ । ଯିଏ ସକାଳ ପାହିଲେ ଖବର କାଗଜ ପଢ଼ିବା ସହ ସାଧାରଣ ମଣିଷର ସ୍ୱରକୁ ଲୋକଲୋଚନକୁ ଆଣିବା ପାଇଁ ସାମ୍ବାଦିକମାନଙ୍କୁ ପ୍ରେରଣା ଦେଉଥିଲେ, ଲୋକଙ୍କର ଦୁଃଖର ଖବର ପଢ଼ି ନିଜେ କାନ୍ଦି ପକାଉଥିଲେ । ସେ ହେଲେ ଅତାବିରା ଲାଦେରପାଲି ଶ୍ରୀବତ୍ସ ଦାଶଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଦାଶ । ଗତକାଲି ସେ ମାତ୍ର ୬୨ ବର୍ଷରେ ମୃତ୍ୟୁ ପଥର ଯାତ୍ରୀ ପାଲଟି ଯାଇଛନ୍ତି । ଜଣେ ନାରୀ ଯେତେବେଳେ ତାର ମହତ୍ ଉଦ୍ଦେଶ୍ୟକୁ ଚରିତାର୍ଥ କରିପାରେ ନାହିଁ, ତାର ସନ୍ତାନ ମାନଙ୍କ ଦ୍ଵାରା ତାହା ପୂର୍ଣ୍ଣ କରିବାକୁ ଚେଷ୍ଟା କରେ । ଠିକ୍ ସେହିପରି ଏହି ମହିୟସୀ ମହିଳା ତାଙ୍କର ମହତ୍ ଚିନ୍ତାଧାରାକୁ ତାଙ୍କ ପୁତ୍ର ଦ୍ଵାରା ଚରିତାର୍ଥ କରିପାରିଥିଲେ । ପୁଅକୁ ସାମ୍ବାଦିକ କରାଇ, ତାଙ୍କୁ ସଦା ସର୍ବଦା ପ୍ରେରଣା ଯୋଗାଇ ନିରପେକ୍ଷ ସମ୍ବାଦ ପ୍ରକାଶ କରି ସାଧାରଣ ମଣିଷ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ଲୋକଲୋଚନକୁ ଆଣିବା, ତାକୁ ତାର ହକ ପ୍ରଦାନ କରିବା, ନ୍ୟାୟ ପ୍ରଦାନ କରିବା ଆଦି ପାଇଁ ସେ ସବୁବେଳେ ପ୍ରେରଣା ଦେଉଥିଲେ । ଯାହାର ପ୍ରେରଣାରେ ପୁଅ ନବୀନ ଦାଶ ଜଣେ ସୁଯୋଗ୍ୟ ସାମ୍ବାଦିକ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଉତ୍ସାହ ଓ ସାହସ ପାଇଛନ୍ତି । ସେଇ ପ୍ରେରଣାଦାୟୀ ସ୍ୱର ସବୁଦିନ ପାଇଁ ନିରବୀ ଯାଇଛି । ଦୁଇ ପୁଅ, ଝିଅ, ପାଞ୍ଚଟି ନାତି ନାତୁଣୀ ସର୍ବୋପରି ତାଙ୍କ ଜୀବନ ସାଥୀ/ସ୍ବାମୀଙ୍କୁ ଶୋକ ସାଗରରେ ଭସେଇ ଦେଇ ସେ ଚାଲିଯାଇଛନ୍ତି । ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସ୍ପଷ୍ଟ ବାଦିନୀ, ଧର୍ମ ପରାୟଣା, ପରୋପକାରୀ ମହିଳା ଥିଲେ । ଅଞ୍ଚଳ ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ତଥା ବନ୍ଧୁ ବର୍ଗ ତାଙ୍କର ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ନିକଟସ୍ଥ ଝାଉଁ ନଦୀ କୂଳରେ ଥିବା ସ୍ବର୍ଗ ଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ବଡ ପୁଅ ନବୀନ ଦାଶ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.