oum

ଆଏଜ୍‌ ପୁଷ୍‌ ପୁନି : ପ‌ଶ୍ଚିମ ଓଡ଼ିଶାର ମହାନ୍‌ ପର୍ବ

jsm

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ପୁଷ୍‌ ପୁନି । ପ‌ଶ୍ଚିମ ଓଡ଼ିଶାର ଗୁଟେ ମହାନ୍‌ ପରବ୍‌ । ସବୁଠାନୁ ବଡ଼ କଥା ଯେ, ଇ ପରବ୍‌ ଥି କେହେନ୍‌ସି ଦେ’ଦେବ୍‌ତାର୍‌ ପୂଜା ପାଠ୍‌ ନେଇଁ ହୁଏ । ମଡ଼ା ପିଠା, ଜୁଖା, ସୁଆଁଲି, ଅର୍‌ସା, ଝୁରି ଶିକାର କରି ସଭେ ମଉଜ୍‌ ମଜ୍‌ଲିସ୍‌ ଥି ପାଲନ୍‌ କର୍‌ସନ୍‌ ଇ ପରବ୍‌ କେ । କୁହାଯାଏସି, ପୁଷ୍‌ ପୁନି ଦିନ କୁଠିଆ ହଲିଆ ମାନ୍‌କୁ ବଛର୍‌କିଆ ଭୂତି ବେଭାର୍‌ ଦିଆ ହଉଥିଲା । ଚାଷ୍‌ କରି ସାର୍‌ଲା ଉତ୍‌ରୁ ଘର୍‌କେ କପାଲ୍‌ ପୁଛା ଫସଲ୍‌ ଆନ୍‌ବାର ଉସ୍‌ନାକ୍‌ ଥି ଇ ପରବ୍‌କେ ଲୋକ୍‌ ଉପଭୋଗ୍‌ କରିଥିସନ୍‌ । ପୁଷ୍‌ ପୁନି ଦିନେ ଆଘର୍‌ ସମିଆଁ ଥି ଛେର୍‌ଛେରା ମଗା ଗୁଟେ ବଢେ଼ ପରମଂପରା ହେଇଥିଲା । ସମିଆଁର୍‌ ସାଂଗେ ସେଟା ଆଏଜ୍‌ ଆର୍‌ ଦେଖ୍‌ଲାଗି ନେଇଁ ମିଲ୍‌ବାର୍‌ନ’ । ତଥାପି ଇତାର୍‌ ଝଲକ୍‌ କେନେ କେନ୍‌ତା ଦେଖ୍‌ବାର୍‌କେ ମିଲ୍‌ସି ।

Leave A Reply

Your email address will not be published.