om academy

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ମେଧାବୀ ଛାତ୍ର ଦିବ୍ୟାଂଶୁ ହାତୀ ପୁରସ୍କୃତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସଦର ମହକୁମା ଛତ୍ରପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୫ତମ ଜନରାଜ୍ୟ ଦିବସ ଅବସରରେ ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀର ଛାତ୍ର ଦିବ୍ୟାଂଶୁ ହାତୀ ପୁରସ୍କୃତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ’ ପ୍ରାଥମିକ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଦିବ୍ୟାଂଶୁ ପ୍ରଥମ ସ୍ଥାନ ଅଧିକାର କରି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କଠାରୁ ପୁରସ୍କାର ଗ୍ରହଣ କରି ଉକ୍ତ ସ୍କୁଲ ତଥା ଗୁରୁଜୀ ଗୁରୁମା ଓ ପିତାମାତାଙ୍କ ପାଇଁ ଗୌରବ ଆଣିଛନ୍ତି । ଦିବ୍ୟାଂଶୁ ଏକାଧାରରେ ଜଣେ ମେଧାବୀ ଛାତ୍ର । ପାଠପଢା ସହିତ ଖେଳକୁଦ ତଥା ଟାଇକଣ୍ଡୋରେ ଜଣେ ଦକ୍ଷ ଖେଳାଳି ଅଟନ୍ତି । ଛତ୍ରପୁର ଟାକିରିଆ-ବ୍ରହ୍ମପୁର ଉଦ୍ୟାନ ବିଭାଗର ନଡ଼ିଆ ଫାର୍ମରେ କାର୍ଯ୍ୟରତ ଅଭୟ କୁମାର ହାତୀ ଏବଂ ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ କାର୍ଯ୍ୟରତ ବିଶ୍ୱଜିତା ବରାଳଙ୍କର ଦିବ୍ୟାଂଶୁ ଏକମାତ୍ର ସନ୍ତାନ ଅଟନ୍ତି ।

Leave A Reply

Your email address will not be published.