oom

ଗନ୍ଧମାର୍ଦ୍ଦନ ତୀର୍ଥକ୍ଷେତ୍ର ପରିଦର୍ଶନ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନିମନ୍ତ୍ରଣ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ ଆଜି ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ବରଗଡ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ସୂଚନା ମିଳିଛି । ଆଜି ଦିନ ୧୨ଟା ୪୦ ମିନିଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପାର୍ଲାମେଣ୍ଟ ଭବନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ବରଗଡ ଲୋକସଭା ସଦସ୍ୟ ପୁରୋହିତ ସାକ୍ଷାତ କରିବା ସହ ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା କରିଥିଲେ । ଓଡିଶାର ପଶ୍ଚିମାଞ୍ଚଳର ୧୧ଟି ଜିଲ୍ଲାର ଲୋକଙ୍କ ସମ୍ବଲପୁରୀ କୋଶଳି ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ ସାହିତ୍ୟ ବ୍ୟାକରଣ ଥିବାରୁ ସମ୍ବଲପୁରୀ କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦର ସାମିଲ କରିବା ଓ ପ୍ରାକୃତିକ, ଐତିହାସିକ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ସହ ଏହାକୁ ଜାତୀୟ ସଂପତ୍ତିର ମାନ୍ୟତା ଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଶ୍ରୀ ପୁରୋହିତ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗନ୍ଧମାର୍ଦ୍ଦନ ଅଞ୍ଚଳ ପରିଦର୍ଶନରେ ଆସିବା ପାଇଁ ସହମତି ପ୍ରକାଶ କରିଥିବା ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.