ppurohit

ଅଧିକ ଆସନ, ଅଧିକ ସୁବିଧା : ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ନୂଆ ସୁବିଧା

2nd

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ ୧୨୮୯୨/୧୨୮୯୧ ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି । ସଂଶୋଧିତ ଟ୍ରେନ୍ କୋଚ୍‌ ସଂଖ୍ୟା ବୃଦ୍ଧି ୧ ସେପ୍ଟେମ୍ବର ୨୦୨୫ ରୁ ପୁରୀରୁ ଏବଂ ୨ ସେପ୍ଟେମ୍ବର ୨୦୨୫ ରୁ ବାଙ୍ଗିରିପୋସିରୁ କାର୍ଯ୍ୟକାରୀ ହେବ, ଟ୍ରେନର ସଂଶୋଧିତ ସାରାଂଚନା ଦ୍ୱାରା ଅଧିକ ଆସନ କ୍ଷମତା ବୃଦ୍ଧି ପାଇବା ସହିତ ଆରାମଦାୟକ ଯାତ୍ରା ପ୍ରଦାନ କରିବ । ପୁରୀ-ବାଙ୍ଗିରିପୋସି-ପୁରୀ ଏକ୍ସପ୍ରେସ ସଂଶୋଧିତ କୋଚ୍ ସଂରଚନା:
୦୧ଟି ଏସି ଶ୍ରେଣୀ ଚେୟାର କାର୍
୦୭ଟି ନନ୍-ଏସି ଶ୍ରେଣୀ ଚେୟାର କାର୍
୦୫ଟି ଜେନେରାଲ ଶ୍ରେଣୀ ଚେୟାର କାର୍
୦୨ଟି ଲଗେଜ୍-କମ୍-ଚେୟାର କାର୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ)
ପୂର୍ବ ତଟ ରେଳପଥର ଏହି ପଦକ୍ଷେପ ପୁରୀ-ବାଙ୍ଗିରିପୋଷି ରୁଟରେ ଅଧିକ ଆରାମଦାୟକ ଯାତ୍ରା ଏବଂ ଅଧିକ ଆସନ ବ୍ୟବସ୍ଥା ପ୍ରଦାନ କରିବ ।

Leave A Reply

Your email address will not be published.