ଭୁବନେଶ୍ୱର, (ପିଆଇବି) : ଆସନ୍ତା ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ପରିଚାଳନା କରିବା ଏବଂ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ, ଭାରତୀୟ ରେଳବାଇ ପାଟନା ଏବଂ ପୁରୀ ମଧ୍ୟରେ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍ ସେବା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି ।
ସ୍ୱତନ୍ତ୍ର ଟ୍ରେନର ବିବରଣୀ :
ଟ୍ରେନ ନମ୍ବର ୦୩୨୩୦/୦୩୨୨୯ ପାଟନା-ପୁରୀ-ପାଟନା ପୂଜା ସ୍ପେଶାଲ
ପାଟନାରୁ : ୨୮ ଅଗଷ୍ଟ ୨୦୨୫ରୁ ୨୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ ।
ପୁରୀରୁ: ୨୯ ଅଗଷ୍ଟ ୨୦୨୫ ରୁ ୨୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାରଚଳାଚଳ କରିବ ।
ପାଟନା-ପୁରୀ-ପାଟନା ଏକ୍ସପ୍ରେସର ସଂରଚନା :
୦୧ଟି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍
୦୨ଟି ତୃତୀୟ ଶ୍ରେଣୀ ଏସି କୋଚ୍
୦୯ଟି ସ୍ଲିପର ଶ୍ରେଣୀ କୋଚ୍
୦୬ଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍
୦୨ ଟି ଲଗେଜ୍ ଭ୍ୟାନ୍-କମ୍-ଦ୍ୱିତୀୟ ଶ୍ରେଣୀ କୋଚ୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ) ।
ରହଣି (ଉଭୟ ପାର୍ଶ୍ୱରେ)
ସାପ୍ତାହିକ ପୂଜା ସ୍ପେଶାଲ ନିମ୍ନ ଷ୍ଟେସନ ଗୁଡିକରେ ରହଣି କରିବ:
ବଖତିଆରପୁର, ବାରହ, ମୋକାମେହ, କିଉଲ, ଝୋଝା, ଜସିଡିହ, ମଧୁପୁର, ଚିତ୍ତରଂଜନ, ଆସାନସୋଲ, ଦୁର୍ଗାପୁର, ବର୍ଦ୍ଧମାନ, ଡାନକୁନି, ଅଣ୍ଡୁଲ, ଖଡ଼ଗ୍ପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ ଓ ସାକ୍ଷୀ ଗୋପାଳ ।